ETV Bharat / state

କୋରୋନା ସାଜିଲା ବାଧକ, ବୌଦ୍ଧ ଶୈବପୀଠକୁ କାଉଡିଆ ଓ ଶ୍ରଦ୍ଧାଳୁଙ୍କୁ ମନା - ବୌଦ୍ଧ ଶୈବପୀଠକୁ କାଉଡିଆ ଓ ଶ୍ରଦ୍ଧାଳୁଙ୍କୁ ମନା

ଜିଲ୍ଲାର ବିଭିନ୍ନ ଶୈବପୀଠରେ ପ୍ରବେଶ ନକରିବାକୁ କାଉଡିଆ ଓ ଶ୍ରଦ୍ଧାଳୁଙ୍କୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ବାରଣ କରିଛି । ଅଧିକ ପଢନ୍ତୁ...

କୋରୋନା ସାଜିଲା ବାଧକ, ଫିକା ପଡିଲା ଶ୍ରାବଣ ସୋମବାର

author img

By

Published : Jul 6, 2020, 5:56 PM IST

ବୌଦ୍ଧ: ଶ୍ରାବଣ ମାସର ପ୍ରଥମ ସୋମବାରରେ ଯେଉଁଠି ଚଳଚଞ୍ଚଳ ହୋଇଉଠେ ଶୈବପୀଠ, ହେଲେ ଚଳିତବର୍ଷ ଏହାର ଚିତ୍ର କିଛି ଓଲଟା ଦେଖିବାକୁ ମିଳିଛି । ପୀଠରେ ନା ଅଛନ୍ତି କାଉଡିଆ ନା ଶ୍ରଦ୍ଧାଳୁ । କୋରୋନା ମହାମାରୀ ପାଇଁ ଶ୍ରଦ୍ଧାଳୁ ଓ କାଉଡିଆ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ବାରଣ କରିଛି ପ୍ରଶାସନ।

ଶୈବପୀଠକୁ କାଉଡିଆ ଓ ଶ୍ରଦ୍ଧାଳୁଙ୍କୁ ବାରଣ କଲା ପ୍ରଶାସନ

ଜିଲ୍ଲାର ବିଭିନ୍ନ ଶୈବପୀଠ ଯେପରି ଗନ୍ଧରାଡିର ଚାରିଶମ୍ଭୁ, ରାମେଶ୍ୱର ଭଳି ପ୍ରାଚୀନ ଶୈବପୀଠ ସହିତ ବୌଦ୍ଧର ଚନ୍ଦ୍ରଚୂଡ, ମାତଙ୍ଗେଶ୍ବର, ବାଉଁଶୁଣୀର ଭୁବନେଶ୍ୱର, ଅମୁର୍ଡାର ଷଣ୍ଢେଶ୍ବର, ରାମଗଡର କେଦାରେଶ୍ବରଙ୍କ ମନ୍ଦିର ସହ ମନମୁଣ୍ଡା, କଣ୍ଟାମାଳ, ପୁରୁଣାକଟକ, ବୁରୁବୁଡା, ଧଳପୁର ଆଦି ସ୍ଥାନରେ ଥିବା ଶୈବପୀଠ ଗୁଡିକରେ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି । ଏପରି ସ୍ଥିତିରେ କାଉଡିଆ ଓ ଶ୍ରଦ୍ଧାଳୁ ମନ୍ଦିର ମଧ୍ୟରେ ପ୍ରବେଶ କରିନପାରି ବାହାରେ ଦୀପଜାଳି ମୁଣ୍ଡିଆ ମାରି ଫେରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.