ETV Bharat / state

ବୌଦ୍ଧରେ ତଳ ମୁହାଁ କୋରୋନା ସଂକ୍ରମଣ - ତୃତୀୟ ଲହର

ବୌଦ୍ଧ ଜିଲ୍ଲାରେ ଦୀର୍ଘ ଦୁଇ ମାସ ପରେ ଏକକ ସଂଖ୍ୟାରେ ପହଞ୍ଚିଲା କୋରୋନା ସଂକ୍ରମଣ । ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ନେଇ ଆଶ୍ବସ୍ତି କର ସୂଚନା ମିଳିଥିବା ବେଳେ ଜିଲ୍ଲା ପରିଷଦ ବୈଠକରେ ତୃତୀୟ ଲହର କରୋନା ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି ।

ବୌଦ୍ଧରେ ତଳ ମୁହାଁ ହେଉଛି କୋରୋନା ସଂକ୍ରମଣ
ବୌଦ୍ଧରେ ତଳ ମୁହାଁ ହେଉଛି କୋରୋନା ସଂକ୍ରମଣ
author img

By

Published : Jul 9, 2021, 8:07 AM IST

ବୌଦ୍ଧ: ଜିଲ୍ଲା ପାଇଁ ଦୀର୍ଘ ଦିନ ପରେ କରୋନା କୁନେଇ ଆସିଲା ଆଶ୍ବସ୍ତି କର ସୂଚନା । ବୌଦ୍ଧ ଜିଲ୍ଲାରୁ ଦୀର୍ଘ ଦୁଇ ମାସ ପରେ କୋରୋନା ସଂକ୍ରମଣ ଏକକ ସଂଖ୍ୟାରେ ପହଞ୍ଚି ମାତ୍ର ସାତ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ଗତକାଲି ତୃତୀୟ ଦିନରେ ମଧ୍ୟ ବୌଦ୍ଧ ବ୍ଲକରୁ ଆଦୌ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ସେହିପରି ଜିଲ୍ଲାର ଏକମାତ୍ର ପୌରାଞ୍ଚଳରୁ ଗତ ସପ୍ତାହେ ମଧ୍ୟରେ ମାତ୍ର ଚାରୋଟି ପଜିଟିଭ ଚିହ୍ନଟ ସୂଚନା ମିଳିଛି । ଜିଲ୍ଲାରେ ମୃତ୍ୟୁର ହାର ନଥିବା ମଧ୍ୟ ଜଣାପଡିଛି ।

ବୌଦ୍ଧରେ ତଳ ମୁହାଁ ହେଉଛି କୋରୋନା ସଂକ୍ରମଣ

ତେବେ କୋରୋନାର କୋପ କମିଥିଲେ ସୁଦ୍ଧା କଟକଣାକୁ ନେଇ ରହିଥିବା ଗାଇଡଲାଇନକୁ ଅନୁପାଳନ କରିବା ଜରୁରୀ ବୋଲି ସ୍ବାସ୍ଥ୍ୟ ବିଭାଗ ସଚେତନ କରିଛି । ସେପଟେ ବୁଧବାର ଅନୁଷ୍ଠିତ ବୌଦ୍ଧ ଜିଲ୍ଲା ପରିଷଦ ବୈଠକରେ କୋରୋନାର ତୃତୀୟ ଲହର କୁନେଇ ପୂର୍ବ ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏନେଇ ସମସ୍ତ ବିଭାଗ ତତ୍ପରତା ରହି କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.