ETV Bharat / state

ମୁଣ୍ଡାପଡା ପ୍ୟାକ୍ସର ଦୁର୍ନୀତି ତଦନ୍ତ, ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ - ବୌଦ୍ଧ ଜିଲ୍ଲା ଅପଡେଟ ନ୍ୟୁଜ

ଖରିଫ ଧାନକ୍ରୟ ସମସ୍ୟା ଭଳି ରବିଧାନ କ୍ରୟ ଆରମ୍ଭରୁ ସମବାୟ ସମିତିର ଦୁର୍ନୀତିକୁ ନେଇ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ତୀବ୍ର ଜନ ଅସନ୍ତୋଷ । ଏହାର ତଦନ୍ତ ପାଇଁ ଯାଇଥିବା ଅଧିକାରୀଙ୍କୁ ଶୁକ୍ରବାର ଦିନତମାମ ତାଲା ପକାଇ ରଖିଲେ ଉତ୍ୟକ୍ତ ଚାଷୀ ।

ମୁଣ୍ଡାପଡା ପ୍ୟାକ୍ସର ଦୁର୍ନୀତି ତଦନ୍ତ, ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

author img

By

Published : May 1, 2021, 11:21 AM IST

ବୌଦ୍ଧ: ସମବାୟ ସମିତିର ଦୁର୍ନୀତିର ତଦନ୍ତ ପାଇଁ ପହଞ୍ଚି ଥିବା ଅଧିକାରୀଙ୍କୁ ଶେଷରେ ଉତ୍ୟକ୍ତ ଚାଷୀ କାର୍ଯ୍ୟାଳୟ ଭିତରେ ରଖି ତାଲା ପକାଇ ଦିନ ତମାମ ରଖିଲେ । ଘଟଣା ଘଟିଛି ବୌଦ୍ଧ ଜିଲ୍ଲାର ମୁଣ୍ଡାପଡା ସମବାୟ ସମିତିରେ । ଖରିଫ ଧାନକ୍ରୟ ସମୟରେ ବ୍ୟାପକ ସମସ୍ୟା ଦେଖାଦେଇ ଥିବା ବେଳେ ବର୍ତ୍ତମାନ ପୁଣି ରବିଧାନ କ୍ରୟରେ ମଧ୍ୟ ଦୁର୍ନୀତିର ଗନ୍ଧ ବାରି ହେଲାଣି । ସମବାୟ ସମିତିରେ ଦୁର୍ନୀତିର ମଞ୍ଜି କୃଷି ଅଧିକାରୀ ଓ ଏଆରସିଏସ ବିଭାଗ ପୋତୁ ଥିବା ଚର୍ଚ୍ଚା ହେଉଛି ।

ମୁଣ୍ଡାପଡା ପ୍ୟାକ୍ସର ଦୁର୍ନୀତି ତଦନ୍ତ, ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ବୌଦ୍ଧ ଜିଲ୍ଲାର 42 ଗୋଟି ସମବାୟ ସମିତି ମଧ୍ୟରୁ ଅନେକ ସମିତିରେ ବ୍ୟାପକ ଦୁର୍ନୀତି ହେଉଥିବା ବାରମ୍ବାର ଅଭିଯୋଗ ହେଉଛି । ମୁଣ୍ଡାପଡା ସମବାୟ ସମିତିରେ ଦୀର୍ଘ ବର୍ଷ ହେଲା ଦୁର୍ନୀତି ଲାଗି ରହିଥିଲେ ମଧ୍ୟ ସମବାୟ ଓ କୃଷି ବିଭାଗ ଦୁର୍ନୀତି ଗ୍ରସ୍ତ କର୍ମଚାରୀଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ ହୋଇଛି ।

ତେବେ ଦୀର୍ଘ ଦିନରୁ ମୁଣ୍ଡାପଡା ସମିତିରେ ଦୁର୍ନୀତିର ଲୋକ ଦେଖାଣିଆ ତଦନ୍ତ ପାଇଁ ଯାଇଥିବା ସମବାୟ ଅଧିକାରୀଙ୍କୁ ଅଞ୍ଚଳର ଉତ୍ୟକ୍ତ ଚାଷୀ ସମବାୟ କାର୍ଯ୍ୟାଳୟ ମଧ୍ୟରେ ଦିନ ତମାମ ତାଲା ପକାଇ ପଣବନ୍ଦୀ କରି ରଖିଥିଲେ । ଉତ୍ୟକ୍ତ ଚାଷୀଙ୍କ ଆକ୍ରୋଶର ଶୀକାରରୁ ବଞ୍ଚିବା ପାଇଁ ଏଆରସିଏସ କିମ୍ବା କୃଷି ଅଧିକାରୀ ନଯିବାରୁ ଶେଷରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସମବାୟ ଅଧିକାରୀ ଓ ଅନ୍ୟ ମାନଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.