ବୌଦ୍ଧ: ଲକଡାଉନ କୋହଳର ପ୍ରଥମ ଦିନରେ ଦ୍ବନ୍ଦରେ ବ୍ୟବସାୟୀ । ଏନେଇ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ କୋରୋନା କଟକଣା ହଟାଇ ଦିଆଗଲା ଭାବି ସବୁଆଡେ ଦୋକାନ ବଜାର ଖୋଲା ରହିଥିଲା । ଜିଲ୍ଲାର ଅଧିକାଂଶ ସ୍ଥାନରେ ବ୍ୟବସାୟୀ ଦ୍ବନ୍ଦାତ୍ମକ ସ୍ଥିତିରେ ଦୋକାନ ବଜାର ଖୋଲିଥିବା ଦେଖିବାକୁ ମିଳିଥିଲା।
ତେବେ ଲକଡାଉନ କୋହଳର ଗତକାଲି ପ୍ରଥମ ଦିନ ଥିବାରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନଥିବାରୁ ସମସ୍ତ ଦୋକାନ ବଜାର ଖୋଲା ରହିଥିଲା । ଜିଲ୍ଲାରେ କେବଳ ଚାହା ଦୋକାନ ଓ ସେଲୁନ ଦୋକାନକୁ ଛାଡି ଅନ୍ୟ ପ୍ରାୟ ସମସ୍ତ ଦୋକାନ ଖୋଲା ରହିଥିଲା । ତେବେ ଏନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ନକଲେ ସଂକ୍ରମଣର ସମ୍ଭାବନା ଅଧିକ ରହିଥିବା ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ