ETV Bharat / state

କଣ୍ଟାମାଳ ବିଜେଡି ଦୁଇ ଫାଳ, ଅସନ୍ତୁଷ୍ଟ ଗୋଷ୍ଠୀର ପରିବର୍ତ୍ତନ ସମାବେଶ

ବୌଦ୍ଧ ଓ କଣ୍ଟାମାଳ ବିଜେଡିରେ ଫାଟ ସୃଷ୍ଟି ହୋଇଛି । ସ୍ଥାନୀୟ ବିଧାୟକଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇ ପରିବର୍ତ୍ତନ ସମାବେଶର ଆୟୋଜନ କରିଛନ୍ତି ଅସନ୍ତୁଷ୍ଠ ଗୋଷ୍ଠୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 15, 2023, 2:28 PM IST

Updated : Nov 15, 2023, 4:20 PM IST

କଣ୍ଟାମାଳ ବିଜେଡି ଦୁଇ ଫାଳ
କଣ୍ଟାମାଳ ବିଜେଡି ଦୁଇ ଫାଳ
କଣ୍ଟାମାଳ ବିଜେଡି ଦୁଇ ଫାଳ

ବୌଦ୍ଧ: ସାଧାରଣ ନିର୍ବାଚନ ପୂର୍ବରୁ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି । ସ୍ଥାନୀୟ ବିଧାୟକଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇ ପରିବର୍ତ୍ତନ ସମାବେଶର ଆୟୋଜନ କରି ଚର୍ଚ୍ଚାରେ ଜିଲ୍ଲା ସଦର ବ୍ଲକ ଅଧ୍ୟକ୍ଷ । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା ବେଳେ ଦଳୀୟ କନ୍ଦଳକୁ ନେଇ ଶାସକ ଦଳରେ ବିବାଦ ତେଜିବାରେ ଲାଗିଛି ।

ଜିଲ୍ଲାର ଉଭୟ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ପ୍ରମୁଖ ରାଜନୈତିକ ଦଳ ବିଶେଷ ଭାବରେ ବିଜେଡି, ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ବର୍ତ୍ତମାନ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୦୦୯ ମସିହାରେ କଣ୍ଟାମାଳ ଏକ ସ୍ବତନ୍ତ୍ର ନିର୍ବାଚନ ମଣ୍ଡଳୀର ମାନ୍ୟତା ପାଇଲା ପରେ ଲଗାତାର ତିନିଥର ଶାସକ ବିଜେଡ଼ି ଦଳ କବ୍ଜାରେ ଏହି ଆସନଟି ରହିଆସିଛି । ସ୍ବତନ୍ତ୍ର ନିର୍ବାଚନ ମଣ୍ଡଳୀ ଗଠନ ପରେ ପ୍ରଥମେ କଣ୍ଟାମାଳ ବିଧାୟକ ଭାବରେ ଭଗବାନ କହଁର ଓ ପରେ ଦୁଇ ଥର ମହୀଧର ରଣା ବିଧାୟକ ଭାବରେ ନିର୍ବାଚନରେ ବିଜୟୀ ହୋଇଛନ୍ତି । ତେବେ ଚଳିତ ନିର୍ବାଚନ ପୂର୍ବରୁ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ି ସହିତ ବିରୋଧି ବିଜେପି ଓ କଂଗ୍ରେସର କଡ଼ା ଟକ୍କର ଦେବ ।

ଏହା ବି ପଢନ୍ତୁ...balangir BJD: ଉଗ୍ର ରୂପ ନେଉଛି ବିଜେଡି ଅନ୍ତଃକନ୍ଦଳ, କର୍ମୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ

ସାଧାରଣ ନିର୍ବାଚନ ପୂର୍ବରୁ ଉକ୍ତ ବିଜେଡି ଦଳ ମଧ୍ୟରେ ବ୍ୟାପକ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଅନେକ ବରିଷ୍ଠ ବିଜେଡି ନେତା ଦଳରେ କୋଣଠେସା ହୋଇ ରହିଥିବା ବେଳେ ଉପଯୁକ୍ତ ସମୟକୁ ଅପେକ୍ଷା କରିଥିବା କୁହାଯାଉଛି । ସେପଟେ ଲଗାତାର ଭାବରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ବିଜେଡି ଦଳର ବିଧାୟକଙ୍କୁ ଟାର୍ଗେଟ କରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଧାୟକ ବିରୋଧୀ ସମାବେଶର ଆୟୋଜନ କରୁଛନ୍ତି ।

ଅନ୍ୟପଟେ ଏଭଳି ସମୟରେ କଣ୍ଟାମାଳ ବିଧାୟକ ମହୀଧର ରଣା ସ୍ଥାନୀୟ ବିକାଶକୁ ବିଶେଷ ଗୁରୁତ୍ବ ଦେଉଖିବା କହିଛନ୍ତି । ଉଭୟ ତେଲନଦୀ ଓ ମହାନଦୀ କୂଳରେ ଉଠାଜଳସେଚନ, ମେଗା ପ୍ରୋଜେକ୍ଟ, ସେତୁ ନିର୍ମାଣ, ଡମ୍ବରୁଗଡ ଠାରେ ଓ ଖଡଙ୍ଗ ନଦୀରେ ବ୍ୟାରେଜ ନିର୍ମାଣ ପ୍ରସ୍ତାବ ସହିତ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳକୁ ସଂଯୋଗ ପାଇଁ ସେତୁ ନିର୍ମାଣ ତଥା ସଡକ ନିର୍ମାଣ ସମ୍ପର୍କରେ ବିଧାୟକ କହିଛନ୍ତି ।

କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବହିରା ଠାରେ ପରିବର୍ତ୍ତନ ସମାବେଶର ଆୟୋଜନ କରାଯାଇ ପ୍ରତ୍ୟୁଷ ରଥଙ୍କ ସହିତ ନିର୍ବାଚନ ମଣ୍ଡଳୀର ଶତାଧିକ ନେତା ଓ କର୍ମୀ ଯୋଗ ଦେଇ ମହୀଧର ବିରୋଧି ମେଳି କରି ପ୍ରବଳ ବର୍ଷିଥିଲେ । କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତର ସରପଞ୍ଚଙ୍କ ସହିତ ସମିତି ସଭ୍ୟ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ପ୍ରତ୍ୟୁଷ ରଥଙ୍କୁ ସମର୍ଥନ କରାଯାଇଥିବା ବେଳେ ଆଗାମୀ ଦିନରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ସରଗରମ ହେବ ବୋଲି କୁହାଯାଉଛି ।

ଇଟିଭି ଭାରତ, ବୌଦ୍ଧ

Last Updated : Nov 15, 2023, 4:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.