ETV Bharat / state

ବାଉଁଶୁଣୀର ବକ୍ର ମନ୍ଦିର ବୁଲି ଦେଖିଲେ ଜିଲ୍ଲାପାଳ - collector visit baunsuni siva temple

ବିପଦଶଙ୍କୁଳ ଅବସ୍ଥାରେ ଓଡ଼ିଶାର ଅନ୍ୟତମ ବକ୍ର ମନ୍ଦିର । ଏହି ଶୈବପୀଠଟି ମହାନଦୀ କୂଳ ଲଙ୍ଘିବାରୁ ଉତ୍ତର ଦିଗକୁ ଢଳି ଏଭଳି ଅବସ୍ଥାରେ ଥିବାବେଳେ ସୋମବାର ବୌଦ୍ଧ ଜିଲ୍ଲାପାଳ ଏହି ମନ୍ଦିର ବୁଲି ଦେଖିଛନ୍ତି ।

collector visit baunsuni siva temple
ବାଉଁଶୁଣୀର ବକ୍ର ମନ୍ଦିର ବୁଲି ଦେଖିଲେ ଜିଲ୍ଲାପାଳ
author img

By

Published : Mar 3, 2020, 6:29 AM IST

ବୌଦ୍ଧ: ବିପଦଶଙ୍କୁଳ ଅବସ୍ଥାରେ ଓଡ଼ିଶାର ଅନ୍ୟତମ ବକ୍ର ମନ୍ଦିର । ଏହି ଶୈବପୀଠଟି ମହାନଦୀ କୂଳ ଲଙ୍ଘିବାରୁ ଉତ୍ତର ଦିଗକୁ ଢଳି ଏଭଳି ଅବସ୍ଥାରେ ଥିବାବେଳେ ସୋମବାର ବୌଦ୍ଧ ଜିଲ୍ଲାପାଳ ଏହି ମନ୍ଦିର ବୁଲି ଦେଖିଛନ୍ତି ।

ବାଉଁଶୁଣୀର ବକ୍ର ମନ୍ଦିର ବୁଲି ଦେଖିଲେ ଜିଲ୍ଲାପାଳ

ଓଡ଼ିଶାର ଆଉ ଏକ ବକ୍ର ମନ୍ଦିର ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ଠାରେ ରହିଛି । କିନ୍ତୁ ଏହା କୌଣସି ଭୌଗଳିକ କିମ୍ବା ନିର୍ମାଣ ଶୈଳୀ ଯୋଗୁଁ ନୁହେଁ, ବରଂ ମହାନଦୀ କୂଳ ଲଙ୍ଘିବାରୁ ଏଭଳି ଭାବରେ ଉତ୍ତର ଦିଗକୁ ଢଳି ମନ୍ଦିରଟି ବିପଦଶଙ୍କୁଳ ଅବସ୍ଥାରେ ରହିଛି ।

ଦ୍ବାଦଶ ଶତାବ୍ଦୀରେ ପୁରୀ ଗଜପତି ଅନଙ୍ଗ ଭୀମଦେବ ମହାନଦୀ କୂଳରେ ପ୍ରତ୍ୟେକ୍ଷ ଯୋଜନା କରି ଗୋଟିଏ ଶୈବପୀଠ ସ୍ଥାପନ କରିଥିଲେ ବୋଲି ବିଶ୍ବାସ ରହିଛି । ତନ୍ମଧ୍ୟରୁ ବାଉଁଶୁଣୀ ମହାନଦୀ କୂଳରେ ଥିବା ଶୈବପୀଠ ବାବା ଭୂବନେଶ୍ବରଙ୍କ ମନ୍ଦିରଟି ଅନ୍ୟତମ । ଅଦ୍ୟାବଧି ମନ୍ଦିର ପରିସରରେ କାରୁକାର୍ଯ୍ୟ ପୂର୍ଣ୍ଣ ଅନେକ କଳାକୃତି ଦୃଶ୍ୟମାନ ହୋଇଥାଏ ।

ତେବେ ମନ୍ଦିର ଅତ୍ୟନ୍ତ ବିପଦଶଙ୍କୁଳ ଅବସ୍ଥାରେ ରହିଥିବାରୁ ଅଞ୍ଚଳବାସୀ ବହୁବାର ସରକାରୀ ଅଧିକାରୀଙ୍କୁ ଏହାର ସୁରକ୍ଷା ପାଇଁ ଗୁହାରୀ କରି ସୁଫଳ ପାଇନଥିବା ଅଭିଯୋଗ କରିଛନ୍ତି । ସୋମବାର ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବାଉଁଶୁଣୀ ଅଞ୍ଚଳକୁ ଗସ୍ତ କରିଥିବା ବେଳେ ଏହି ବିପଦଶଙ୍କୁଳ ପୁରାତନ ମନ୍ଦିର ପରିସର ବୁଲି ଦେଖିବା ସହ କିଭଳି ଏହାର ସୁରକ୍ଷା କରାଯାଇପାରିବ ସେନେଇ ଆଲୋଚନା କରିଥିଲେ ।

ଏହି ଅବସରରେ ଜିଲ୍ଲାପାଳ ହଠାତ ମନ୍ଦିର ନିକଟରେ ଥିବା ବୟୋଜ୍ୟେଷ୍ଠ ମହିଳା ସ୍ବାଧୀନତା ସଂଗ୍ରାମୀ ମଣି ମେହେରଙ୍କ ଘରକୁ ଯାଇ ତାଙ୍କ ସ୍ବାସ୍ଥ୍ୟ ବିଷୟ ପଚାରି ବୁଝିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.