ବୌଦ୍ଧ: ଜିଲ୍ଲାର ଏକମାତ୍ର ପୌରାଞ୍ଚଳର ସଫେଇ କର୍ମଚାରୀଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳ । ବୌଦ୍ଧ ଜିଲ୍ଲାର ଏକମାତ୍ର ଏନଏସିର ସଫେଇ କର୍ମଚାରୀଙ୍କ ଉଦ୍ୟମ ତଥା ପ୍ରଚେଷ୍ଟାରେ ସହରକୁ ସ୍ବଚ୍ଛ ରଖିବାରେ ଉଲ୍ଲେଖନୀୟ ଅବଦାନ ରହିଛି । ବିଶେଷ ଭାବରେ କରୋନା ସମୟରେ ସଫେଇ କର୍ମଚାରୀଙ୍କ ଯୋଗୁଁ ସହରକୁ ପରିଷ୍କାର ପରିଚ୍ଛନ୍ନ ରଖାଯାଇ ପାରିଥିଲା ।
ଆଜି(ରବିବାର) ଏଥିନିମନ୍ତେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସଫେଇ କର୍ମଚାରୀଙ୍କୁ ସମ୍ମାନୀତ କରିଥିଲେ । ୧୭ ଗୋଟି ଓ୍ବାର୍ଡର ଘରକୁ ଘର ବୁଲି ସଫେଇ କର୍ମଚାରୀ ଅଳିଆ ସଂଗ୍ରହ ସହିତ ‘ମୋ ଖତ’ ପ୍ରସ୍ତୁତ କରିବାରେ ସହାୟକ ହୋଇପାରିଛନ୍ତି ।
![ସଫେଇ କର୍ମଚାରୀଙ୍କୁ ସ୍ବଚ୍ଛତା ମିତ୍ର ସମ୍ମାନରେ ସମ୍ମାନୀତ କଲେ ଜିଲ୍ଲାପାଳ](https://etvbharatimages.akamaized.net/etvbharat/prod-images/od-boud-02-satya-swacha-avb-od10020_03102021184301_0310f_1633266781_164.jpg)
ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସଫେଇ କର୍ମଚାରୀଙ୍କୁ ‘ସ୍ବଚ୍ଛ ମିତ୍ର ସମ୍ମାନ ରେ ସମ୍ମାନୀତ କରିବା ସହିତ ନିଜେ ଖାଇବାକୁ ବାଢିଥିଲେ ।
![ସଫେଇ କର୍ମଚାରୀଙ୍କୁ ସ୍ବଚ୍ଛତା ମିତ୍ର ସମ୍ମାନରେ ସମ୍ମାନୀତ କଲେ ଜିଲ୍ଲାପାଳ](https://etvbharatimages.akamaized.net/etvbharat/prod-images/od-boud-02-satya-swacha-avb-od10020_03102021184301_0310f_1633266781_602.jpg)
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ