ETV Bharat / state

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦଯାପିତ ହେଲା ଭୈରବୀ ମହୋତ୍ସବ - ଉଦଯାପିତ ହେଲା ଭୈରବୀ ମହୋତ୍ସବ

ଉଦଯାପିତ ହେଲା ମାଆ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା । ଲୋକକଳା ଓ ଲୋକନୃତ୍ୟ ସହିତ ପାରମ୍ପରିକ ଖାଦ୍ୟ ଓ ହାତତିଆରି ସାମଗ୍ରୀର ରହିଥିଲା ଚାହିଦା । ଅଧିକ ପଢନ୍ତୁ

ଭୈରବୀ ମହୋତ୍ସବ
ଭୈରବୀ ମହୋତ୍ସବ
author img

By

Published : Nov 28, 2022, 12:28 PM IST

ବୌଦ୍ଧ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦଯାପିତ ହେଲା ମାଆ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା । ଲୋକକଳା ଓ ଲୋକନୃତ୍ୟ ସହିତ ପାରମ୍ପରିକ ଖାଦ୍ୟ ଓ ହାତତିଆରି ସାମଗ୍ରୀରେ ବେଶ ଚାହିଦା ରହିଥିଲା । 6 ଦିନ ଧରି ଚାଲିଥିବା ମହୋତ୍ସବ ଗତକାଲି ଶେଷ ହୋଇଯାଇଛି ।

ଲୋକବାଦ୍ୟର ତାଳେତାଳେ ପାରମ୍ପରିକ ନୃତ୍ୟ ସଂଗୀତରେ ଦୁଲୁକୁଥିବା ମହୋତ୍ସବ ଉଦଯାପିତ ହୋଇଛି । ମହୋତ୍ସବ ମଣ୍ଡପରେ ପାରମ୍ପରିକ ଲୋକନୃତ୍ୟକୁ ବଞ୍ଚାଇବାକୁ ଭରପୁର ଉଦ୍ୟମ କରାଯାଇଥିବା ବେଳେ ପଲ୍ଲୀଶ୍ରୀ ମେଳାର ମୁଖ୍ୟ ଆକର୍ଷଣ ଥିଲା ହସ୍ତତନ୍ତ, ଜଙ୍ଗଲଜାତ ସାମଗ୍ରୀ ଓ ବିଭିନ୍ନ ହାତ ତିଆରି ଘରକରଣା ସାମଗ୍ରୀ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଠାରେ 6 ଦିନ ଧରି ଚାଲିଥିବା ମାଆ ଭୈରବୀ ମହୋତ୍ସବ ଆନନ୍ଦ ଉଲ୍ଲାସର ସହିତ ଉଦଯାପିତ ହୋଇଛି । ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂ ଓ ବୌଦ୍ଧର ପୂର୍ବତନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଅଞ୍ଚଳର ଲୋକକଳାକୁ ବଞ୍ଚାଇବାକୁ ଏହି ମହୋତ୍ସବରେ ଯଥେଷ୍ଟ ପ୍ରୟାସ କରାଯାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଶିକ୍ଷକ ଆନ୍ଦୋଳନ ନେଇ ଗୃହରେ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ

ଭୈରବୀ ମହୋତ୍ସବ

ଏହି ମହୋତ୍ସବ ତଥା ପଲ୍ଲୀଶ୍ରୀ ମେଳାରେ ହାତତିଆରି ସାମଗ୍ରୀ ଓ ପାରମ୍ପରିକ ଖାଦ୍ୟର ବେଶ ଚାହିଦା ରହିଥିବା ବେଳେ ରବିବାର ବୌଦ୍ଧ ଓ ପଡୋଶୀ ଜିଲ୍ଲାର ହଜାର ହଜାର ଦର୍ଶକ ମହୋତ୍ସବ ପଡିଆରେ ରୁଣ୍ଡ ହୋଇଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ରବିବାର ମଧ୍ୟ ବୌଦ୍ଧ ଜିଲ୍ଲାର ଦୁଇ ଜଣ ପୂର୍ବତନ ଜିଲ୍ଲାପାଳ ସୀତାଂଶୁ ରାଉତ ଓ ଲଲାଟେନ୍ଦୁ ମିଶ୍ର ବୌଦ୍ଧରେ ପହଞ୍ଚି ବୌଦ୍ଧ ଜିଲ୍ଲାର ବାନ୍ଧକଳା, ଜିଲ୍ଲା ସଂଗ୍ରହାଳୟର ଉନ୍ନତି ଓ ଅନ୍ୟାନ୍ୟ ବିଭିନ୍ନ ସ୍ଥାନ ବୁଲି ଦେଖିବା ସହିତ ବିଭିନ୍ନ ପରାମର୍ଶ ଦେଇଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.