ETV Bharat / state

ଆଦିତ୍ୟ ଦାସଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ରାଜ୍ୟପାଳଙ୍କୁ ଦାବିପତ୍ର

author img

By

Published : Sep 28, 2020, 7:57 PM IST

ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାକୁ ଦୀର୍ଘ ତିନି ମାସ ବିତିଯାଇଥିଲେ ମଧ୍ୟ ଏଯାବତ ତଦନ୍ତରେ ସେଭଳି କୌଣସି ସଠିକ ସତ୍ୟତା ମିଳିନଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ତେଣୁ ଏହି ମାମଲାଟି ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି ବୌଦ୍ଧ ଜିଲ୍ଲାର ସାଧାରଣ ନାଗରିକ ଓ ଆଦିତ୍ୟଙ୍କ ବାପା-ମାଆ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଆଦିତ୍ୟ ଦାସଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ଦାବିପତ୍ର

ବୌଦ୍ଧ: ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାକୁ ଦୀର୍ଘ ତିନି ମାସ ବିତିଯାଇଥିଲେ ମଧ୍ୟ ଏଯାବତ ତଦନ୍ତରେ ସେଭଳି କୌଣସି ସଠିକ ସତ୍ୟତା ମିଳିନଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ସୋମବାର ତାଙ୍କ ମୃତ୍ୟୁର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ବଦଳରେ ସିବିଆଇକୁ ହସ୍ତାନ୍ତର ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ଦୀର୍ଘ ତିନି ମାସରୁ ଊର୍ଦ୍ଧ୍ବ ସମୟ ବିତିଗଲାଣି । ତାଙ୍କ ମୃତ୍ୟୁର ତଦନ୍ତ କ୍ରାଇମବ୍ରାଞ୍ଚ ଚଳାଇଛି । ତେବେ ଜିଆରପି ପୋଲିସ ଓ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ପରିବାର ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଜି ବୌଦ୍ଧ ଜିଲ୍ଲାର ସାଧାରଣ ନାଗରିକ ଆଦିତ୍ୟଙ୍କ ବାପା ଓ ମାଆଙ୍କୁ ସହଯୋଗ କରି ଆଦିତ୍ୟଙ୍କ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ କରୁ ବୋଲି ଦାବି କରିଛନ୍ତି ।

ଆଦିତ୍ୟଙ୍କ ମୃତ୍ୟୁ ସହ ଜଡିତ ଚାରିଜଣ ସନ୍ଦିଗ୍ଧଙ୍କ ସମ୍ପର୍କରେ ପରିବାର ପୂର୍ବରୁ ସୂଚନା ଦେଇଥିଲେ ମଧ୍ୟ ଏନେଇ ତଦନ୍ତରେ ସିଥିଳତା ଯୋଗୁଁ ପରିବାରକୁ ନ୍ୟାୟ ମିଳିପାରୁ ନଥିବା ଅଭିଯୋଗ ହୋଇଛି । ଆଦିତ୍ୟଙ୍କ ମାଆ କ୍ରାଇମବ୍ରାଞ୍ଚକୁ ଏନେଇ ସିଧାସଳଖ ତିନୋଟି ପ୍ରଶ୍ନ ମଧ୍ୟ ଗଣମାଧ୍ୟମ ଜରିଆରେ ପଚାରିଛନ୍ତି । ଆଜି ମୃତ ଆଦିତ୍ୟଙ୍କ ପିତା ଓ ମାଆଙ୍କ ସହ ବୌଦ୍ଧର ସଚେତନ ନାଗରିକ ଯୋଗଦେଇ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.