ETV Bharat / state

ଆସିଲେନି ସରକାରୀ କର୍ମଚାରୀ, ବାଲ୍ୟ ବିବାହ ରୋକିଲା ଚାଇଲ୍ଡ ଲାଇନ doc title - child line women in boudh

ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ବାଲ୍ୟ ବିବାହ ଅତ୍ୟନ୍ତ ଉଦବେଗ ଜନକ ସ୍ଥିତିରେ ରହିଛି । ଆସିଲେନି କୌଣସି ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀ । ଶେଷରେ ସାହାସିକତା ପ୍ରଦର୍ଶନ କରି ଚାଇଲ୍ଡ ଲାଇନର ଦୁଇ ଜଣ ମହିଳା, ପୋଲିସ ସହାୟତାରେ ବାଲ୍ୟବିବାହ ଅଟକାଇଛନ୍ତି । ଅଧିକ ପଢନ୍ତୁ...

ଆସିଲେନି ସରକାରୀ କର୍ମଚାରୀ, ବାଲ୍ୟ ବିବାହ ରୋକିଲା ଚାଇଲ୍ଡ ଲାଇନ

author img

By

Published : Feb 15, 2021, 3:37 PM IST

ବୌଦ୍ଧ : ବାଲ୍ୟ ବିବାହକୁ ନେଇ ରହିଛି ଅନେକ କଡାକଡି ଆଇନ । ତଥାପି ମଧ୍ୟ ଅନେକ ସ୍ଥାନରେ ଲୁଚାଛପାରେ ହେଉଛି ବାଲ୍ୟ ବିବାହ । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ବାଲ୍ୟ ବିବାହ ଅତ୍ୟନ୍ତ ଉଦବେଗ ଜନକ ସ୍ଥିତିରେ ରହିଛି । ଜନସଚେତନତା ଅଭାବ, ସାମାଜିକ ଓ ଅର୍ଥନୈତିକ ଅମନଗ୍ରସର ବାଲ୍ୟ ବିବାହର ପ୍ରମୁଖ କାରଣ ବୋଲି ଜଣାପଡେ ।

ଆସିଲେନି ସରକାରୀ କର୍ମଚାରୀ, ବାଲ୍ୟ ବିବାହ ରୋକିଲା ଚାଇଲ୍ଡ ଲାଇନ

ଗତ କିଛି ଦିନ ପୂର୍ବରୁ ବୌଦ୍ଧ ପ୍ରଶାସନ ଜିଲ୍ଲାର ଦଶଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରିଥିଲେ । ତେବେ ବର୍ତ୍ତମାନ ବିବାହ ସମୟ ଚାଲିଥିବା ବେଳେ ପୁଣି ଅନେକ ସ୍ଥାନରେ ବାଲ୍ୟ ବିବାହ ଘଟଣା ସମ୍ମୁଖକୁ ଆସୁଛି । ରବିବାର ସଂଧ୍ୟାରେ ଏଭଳି ଏକ ବାଲ୍ୟ ବିବାହ ସମ୍ପର୍କରେ ସୂଚନା ମିଳିବା ପରେ ଚାଇଲ୍ଡ ଲାଇନ ତତ୍ପର ହୋଇଥିଲେ ମଧ୍ୟ ଅନ୍ୟ କୌଣସି ସରକାରୀ ଅଧିକାରୀ କିମ୍ବା କର୍ମଚାରୀ ଦୀର୍ଘ ସମୟ ଧରି ଆସିନଥିଲେ । ଏପରିକି କିଛି ବିଭାଗୀୟ ଅଧିକାରୀ ମୋବାଇଲ ସ୍ବିଚ ଅଫ କରିଦେଇଥିଲେ ।

ଶେଷରେ ଚାଇଲ୍ଡ ଲାଇନର ଦୁଇ ଜଣ ମହିଳା ସାହାସ ପୂର୍ବକ ବୌଦ୍ଧ ପୋଲିସର ସହଯୋଗ ନେଇ ବିବାହ ଉତ୍ସବରେ ପହଞ୍ଚି ଥିଲେ । ସେଠାରେ କନ୍ୟା ପିତାମାତାଙ୍କୁ ଅନେକ ବୁଝାବୁଝି ପରେ ଏହି ବିବାହ ସ୍ଥଗିତ ରହିଥିବା ସୂଚନା ମିଳିଛି । ଏଭଳି ଅନେକ ଘଟଣା ବର୍ତ୍ତମାନ ସୂଚନା ମିଳୁଥିଲେ ମଧ୍ୟ କାହିଁକି ଶିଶୁ ସୁରକ୍ଷା ବିଭାଗ, ସମନ୍ବିତ ଶିଶୁ ବିଭାଗ ଓ ମିଶନ ଶକ୍ତି ଉଦାସୀନତା ପ୍ରଦର୍ଶନ କରୁଛନ୍ତି ସେନେଇ ଉଠିଛି ପ୍ରଶ୍ନବାଚୀ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.