ETV Bharat / state

ପାର୍ଶ୍ଵ ପରିବର୍ତ୍ତନ ହେଲା ବୌଦ୍ଧର ସ୍ବତନ୍ତ୍ର ଘୃଣାୟମାନ ରଥ - boudh news

ବଡ ଠାକୁରଙ୍କ ଦଶାବତାର ବେଶ ଦର୍ଶନ ପାଇଁ ପ୍ରତ୍ୟହ ଆଡପ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ସେପଟେ ଅଞ୍ଚଳର ସ୍ବତନ୍ତ୍ର ଘୃଣାୟମାନ ରଥର ପାର୍ଶ୍ଵ ପରିବର୍ତ୍ତନ କରାଯାଇଛି । ଅଧିକ ପଢନ୍ତୁ

Chariot side changes in Boudh
ପାର୍ଶ୍ଵ ପରିବର୍ତ୍ତନ ହେଲା ବୌଦ୍ଧର ସ୍ବତନ୍ତ୍ର ରଥ
author img

By

Published : Jul 7, 2022, 9:40 PM IST

ବୌଦ୍ଧ: ବଡ ଠାକୁରଙ୍କ ଦଶାବତାର ବେଶ ଦର୍ଶନ ପାଇଁ ପ୍ରତ୍ୟହ ଆଡପ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ସେପଟେ ଅଞ୍ଚଳର ତିନି ରଥକୁ ଦକ୍ଷିଣ ମୋଡ କରାଯାଇଛି । ଦୀର୍ଘ ଦୁଇ ବର୍ଷ ପରେ ଆଡପ ମଣ୍ଡପରେ ବଡ ଠାକୁରଙ୍କ ଦଶାବତାର ଦର୍ଶନ କରି ଭାବ ବିହ୍ବଳ ଭକ୍ତ ଓ ଶ୍ରଦ୍ଧାଳୁ । ବୌଦ୍ଧ ଜିଲ୍ଲାର ବିଭିନ୍ନ ମାଉସୀ ମା ମନ୍ଦିରରେ ଶ୍ରୀ ଜୀଉଙ୍କ ବେଶ ଦର୍ଶନ ପାଇଁ ସଂଧ୍ୟା ସମୟରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି। ଠିଡିକାଯୋର ଠାରୁ ନେଇ ପୁରୁଣାକଟକ, ପାତାଳୀ କ୍ଷେତ୍ର ନାଏକପଡା,ନାରାୟଣ ନଗର,ସାହାଜପାଲ, ବାଉଁଶୁଣୀ, ବହିରା, ମନମୁଣ୍ଡା, କଣ୍ଟାମାଳ, ଘଣ୍ଟାପଡା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଠାକୁରଙ୍କ ରୀତିନୀତି ସହିତ ଦଶାବତାର ବେଶ ଆଡପ ମଣ୍ଡପରେ ଚାଲିଛି ।

ପାର୍ଶ୍ଵ ପରିବର୍ତ୍ତନ ହେଲା ବୌଦ୍ଧର ସ୍ବତନ୍ତ୍ର ରଥ

ତେବେ ଗତ ମଙ୍ଗଳବାର ହେରାପଞ୍ଚମୀ ଅବସରରେ ମା ଲକ୍ଷ୍ମୀ ରୋଷରେ ରଥକୁ ଆଘାତ ଦେଇଥିଲେ । ବୁଧବାର ରଥ ମରାମତି ସହ ଉତ୍ତରାୟଣ ସହିତ ପାର୍ଶ୍ଵ ପରିବର୍ତ୍ତନ କରାଯାଇଥିଲା । ବୌଦ୍ଧ ରଥର ସ୍ବତନ୍ତ୍ରତା ହେଲା ସମ୍ପୂର୍ଣ୍ଣ ରଥକୁ ଦିଗ ପରିବର୍ତ୍ତନ କରାନଯାଇ କେବଳ ଉପର ଠାକୁର ଆସ୍ଥାନ ଓ ବିମାନକୁ ପରିବର୍ତ୍ତନ କରାଯାଇଥାଏ । ବୁଧବାର ଶ୍ରୀ ଜୀଉଙ୍କ ରାମ ବଳରାମ ବେଶ ଦର୍ଶନ ସହିତ ଶ୍ରଦ୍ଧାଳୁମାନେ ରଥ ଛୁଇଁ ଆଶୀର୍ବାଦ ନେଇଥିଲେ । ଏହି ଅବସରରେ ରଥର ପାଦ ଦେଶରେ ଓଡ଼ିଶାର ପ୍ରଖ୍ୟାତ କଣ୍ଠଶିଳ୍ପୀମାନଙ୍କୁ ନେଇ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.