ETV Bharat / state

ଗାଁ ବନ୍ଧ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ ସହ ଫାଣ୍ଡିରେ ଏତଲା - ତେଲିବନ୍ଧ ପଞ୍ଚାୟତ

ଗାଁ ବନ୍ଧକୁ ନେଇ ଦେଖାଦେଇଛି ବିବାଦ । ବିବାଦ ସମାଧାନ ପାଇଁ ପଞ୍ଚାୟତ କୁ ଗଲେ ଓଲଟା ଦୁର୍ନୀତି ର ପକ୍ଷ ପଞ୍ଚାୟତ କର୍ତ୍ତୃପକ୍ଷ ନେଉଥିବାରୁ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ ସହ ଏତଲା ଫାଣ୍ଡିରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଗାଁ ବନ୍ଧ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ ସହ ଫାଣ୍ଡିରେ ଏତଲା

author img

By

Published : Aug 31, 2020, 10:49 PM IST

ବୌଦ୍ଧ: ଗାଁର ବନ୍ଧ ନିଲାମରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ । ବୌଦ୍ଧ ଜିଲ୍ଲା ତେଲିବନ୍ଧ ପଞ୍ଚାୟତ ଅନ୍ତର୍ଗତ ଧୁଡୁରୁବାହାଲ ଗାଁ ବନ୍ଧକୁ ନେଇ ଗାଁରେ ଦେଖାଦେଇଛି ଉତ୍ତେଜନା ।

ସୂଚନା ଅନୁଯାୟୀ ଧୁଡୁରୁବାହାଲ ଗାଁରେ ଥିବା ବଡ ବନ୍ଧ ଗାଁର 8ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ମଧ୍ୟରୁ ଜଣଙ୍କୁ ଅନିୟମିତତା କରି ପଞ୍ଚାୟତ ପକ୍ଷରୁ ମାଛଚାଷ ପାଇଁ ଅନୁମତି ଦିଆଯାଇଥିଲା । ତେବେ ଚଳିତ ବର୍ଷ ନିଲାମ କରାନଯାଇ ପୁଣି ଥରେ ସେହି ଗୋଷ୍ଠୀକୁ ବନ୍ଧ ପ୍ରଦାନ କରିବାକୁ ନେଇ ତୀବ୍ର ବିରୋଧ କରିଛନ୍ତି ଗ୍ରାମବାସୀ ।

ଗାଁ ବନ୍ଧ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ ସହ ଫାଣ୍ଡିରେ ଏତଲା

ଏଭଳି ଅନ୍ୟାୟର ଗୁହାରି ପାଇଁ ସୋମବାର ଗାଁର ମହିଳା ଗୋଷ୍ଠୀ ଏକତ୍ରିତ ହୋଇ ସ୍ଥାନୀୟ ଓ୍ବାର୍ଡ ମେମ୍ବରଙ୍କ ନେତୃତ୍ବରେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ସରପଞ୍ଚଙ୍କ କାର୍ଯ୍ୟ ବୁଝୁଥିବା ପ୍ରତିନିଧିଙ୍କୁ ଗୁହାରୀ କରିଥିଲେ । ସେଠାରେ ମଧ୍ୟ ମହିଳାମାନଙ୍କୁ ନ୍ୟାୟ ମିଳିବା ବଦଳରେ ସରପଞ୍ଚ ପ୍ରତିନିଧି ଦୁର୍ନୀତିର ପକ୍ଷ ନେବାରୁ ମହିଳାମାନେ ଦୀର୍ଘ ସମୟ ଧରି ପଞ୍ଚାୟତ ଘେରାଉ କରାବା ସହିତ ଜହ୍ନାପଙ୍ଗ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ବୌଦ୍ଧ ବିଡିଓ ଏ ସମ୍ପର୍କରେ ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.