ETV Bharat / state

ବାଇଗଣ ବୋଝେଇ ଗାଡ଼ିରେ ଗଞ୍ଜେଇ ଚାଲାଣ, ପାଞ୍ଚ ଗିରଫ - ଗଞ୍ଜେଇ ଚାଲାଣରେ ପାଞ୍ଚ ଗିରଫ

ଗତକାଲି(ଶୁକ୍ରବାର) ସଂଧ୍ୟାରେ ବାଉଁଶୁଣୀ ପୋଲିସ ସାହାଜପାଲ ଠାରେ ଏକ ବାଇଗଣ ବୋଝେଇ ପିକଅପ ଗାଡିରେ ଚାଲାଣ ହେବାକୁ ଥିବା 40 କେଜି ଗଞ୍ଜେଇ ଜବତ କରିବା ସହ ପାଞ୍ଚ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଅଧିକ ପଢନ୍ତୁ...

ବାଇଗଣ ବୋଝେଇ ଗାଡ଼ିରେ ଗଞ୍ଜେଇ ଚାଲାଣ, ପାଞ୍ଚ ଗିରଫ

author img

By

Published : May 29, 2021, 5:06 PM IST

ବୌଦ୍ଧ: କୋରୋନା ମହାମାରୀର ସଙ୍କଟ କାଳ ଚୋରା ଗଞ୍ଜେଇ ଚାଲାଣକାରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ପାଲଟିଛି । ପ୍ରତ୍ୟେକ ଦିନ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଜିଲ୍ଲା ତଥା ରାଜ୍ୟ ବାହାରକୁ ଶହ ଶହ କ୍ବିଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ହେଉଛି । ତେବେ ବର୍ତ୍ତମାନ ଲକଡାଉନର ସୁଯୋଗ ନେଇ ଗଞ୍ଜେଇ ମାଫିଆମାନେ ଅଭିନବ ଶୈଳୀରେ ଗଞ୍ଜେଇ ଚାଲାଣ କରୁଛନ୍ତି । ଏଥିରେ କିଛି ସ୍ଥାନୀୟ ଗଞ୍ଜେଇ ପେଡଲର ଓ ଖାକି ପୋଷାକଧାରୀ ସାମିଲ ରହି ଏହି ଚୋରା ଚାଲାଣରେ ସହଯୋଗ କରୁଛନ୍ତି ।

ବାଇଗଣ ବୋଝେଇ ଗାଡ଼ିରେ ଗଞ୍ଜେଇ ଚାଲାଣ, ପାଞ୍ଚ ଗିରଫ

ଗତ ଦୁଇ ଦିନ ତଳେ କଣ୍ଟାମାଳ ପୋଲିସ ଏକ ଗଣମାଧ୍ୟମ ଲୋଗୋ ଥିବା କାରରୁ 20 କେଜି ଗଞ୍ଜେଇ ଧରିଥିଲା । ସେହିପରି ଗତକାଲି(ଶୁକ୍ରବାର) ସଂଧ୍ୟାରେ ବାଉଁଶୁଣୀ ପୋଲିସ ସାହାଜପାଲ ଠାରେ ଏକ ବାଇଗଣ ବୋଝେଇ ପିକଅପ ଗାଡିରେ ଚାଲାଣ ହେବାକୁ ଥିବା 40 କେଜି ଗଞ୍ଜେଇ ଜବତ କରିବା ସହ ପାଞ୍ଚ ଜଣ ଅଭିଯୁକ୍ତକୁ ଗିରଫ କରିଛି ।

ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଅଧିକାଂଶ ସମୟରେ ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟକୁ ବାରମ୍ବାର ଚାଲାଣ ହେଉଥିବା ବେଳେ ଏଥିପାଇଁ ଲକଡାଉନ ସବୁଠାରୁ ଉପଯୁକ୍ତ ସମୟ ବୋଲି ବିବେଚନା କରାଯାଉଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏତେସବୁ ସୂଚନା ସତ୍ତ୍ୱେ ଜିଲ୍ଲାରେ ଥିବା ବଡ ବଡ ମାଫିଆ ଡିଲର କାହିଁକି ଧରାପଡୁ ନାହାନ୍ତି ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.