ETV Bharat / state

ଭୋଟ୍‌ ପୂର୍ବରୁ ପ୍ରାର୍ଥୀଙ୍କ ଅନ୍ଧାରୀ ବିଜେ

author img

By

Published : Feb 18, 2022, 7:14 AM IST

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଛି ପ୍ରଚାର । ସ୍ବ-ପ୍ରଚାର, ବିରୋଧୀଙ୍କୁ ନିନ୍ଦା ବର୍ଷଣ, ଦିନରାତିର ପରିଶ୍ରମ ପରେ ଏବ ଚାଲିଛି ରାତିରେ କାରବାର । ପ୍ରମୁଖ ରାଜନୈତିକ ଦଳର ନେତା, କର୍ମୀ ଅନ୍ଧାରୀ ବିଜେ ଆରମ୍ଭ କରିଛନ୍ତି।

ସରିଲା ପ୍ରଚାର, ଆରମ୍ଭ ହେଲା ପ୍ରାର୍ଥୀଙ୍କ ଅନ୍ଧାରୀ ବିଜେ

ବୌଦ୍ଧ: ସରିଲା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର । ଆଜି (ଶୁକ୍ରବାର) ଦ୍ବିତୀୟ ପର୍ଯ୍ୟାୟ ମତଦାନ । ପୁରା ମାହୋଲ ଖାଁ ଖାଁ ଥିବାବେଳେ ସନ୍ଧ୍ୟା ନଇଁଲେ ଗାଁ ଗହଳିରେ ନେତାଏଁ ଅନ୍ଧାରୀ ବିଜେ କରି ଭୋଟରଙ୍କ ମନ କିଣିବାରେ ଲାଗିଛନ୍ତି । ସ୍ବ-ପ୍ରଚାର, ବିରୋଧୀଙ୍କୁ ନିନ୍ଦା ବର୍ଷଣ, ଦିନରାତିର ପରିଶ୍ରମ ପରେ ଏବ ଚାଲିଛି ରାତିରେ କାରବାର । ବୌଦ୍ଧରେ ପ୍ରମୁଖ ରାଜନୈତିକ ଦଳର ନେତା, କର୍ମୀ ଅନ୍ଧାରୀ ବିଜେ ଆରମ୍ଭ କରିଛନ୍ତି।

ବୌଦ୍ଧ ବ୍ଲକରେ ଭୋଟଦାନ ପୂର୍ବରୁ ଗୁରୁବାର ସଂଧ୍ୟାରୁ ଭୋଟରଙ୍କୁ ପ୍ରଭାବିତ କରିବାକୁ ପ୍ରାର୍ଥୀ ମାନେ ଅନ୍ଧାରୀ ବିଜେ ଆରମ୍ଭ କରିଛନ୍ତି । ବିଭିନ୍ନ ସ୍ଥାନରେ ଚୋରା ମଦ କାରବାର ଚାଲିଥିଲେ ମଧ୍ୟ ଅବକାରୀ ବିଭାଗ ଚୁପ ବସିଥିବା ବେଳେ ସରସରା ପଞ୍ଚାୟତର କୋଡାସାହିରେ ଚୋରା ମଦ କାରବାର କୁନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଗୋଟିଏ ପଟେ ନିର୍ବାଚନ ଆଚରଣ ବିଧିକୁ ବେଖାତିର କରନ୍ତି ନେତାଏଁ । ଅନ୍ୟପଟେ ପାଞ୍ଚବର୍ଷ ପାଇଁ ଅନ୍ଧାରୀ ବିଜେ ନେତାଙ୍କ ଅମୋଘ ଅସ୍ତ୍ର ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.