ETV Bharat / state

ପୋଲିସର ମାଡମରା ଘଟାଣା: 3 କନେଷ୍ଟବଳ ନିଲମ୍ବିତ - 3 କନେଷ୍ଠବଳ ନିଲମ୍ବିତ

ରିଜର୍ଭ ପୋଲିସର ହାବିଲଦାର ରଞ୍ଜନ ମହାପାତ୍ରଙ୍କ ମାଡମରା ଘଟଣା ଭିଡିଓ ଗତ ବୁଧବାର ଭାଇରାଲ ହେବା ପରେ ଏସପି ତାଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ସେପଟେ ବୌଦ୍ଧ ଏସପି ଓ୍ବାଇ ରଘୁନାଥ ରାଓ ଭାଇରାଲ ଭିଡିଓରେ ଡ୍ୟୁଟିରେ ଥିବା ଅନ୍ୟ ତିନି ଜଣଙ୍କୁ ନିଲମ୍ବିତ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Aug 30, 2019, 11:45 PM IST

ବୌଦ୍ଧ: ରିଜର୍ଭ ପୋଲିସର ହାବିଲଦାର ରଞ୍ଜନ ମହାପାତ୍ରଙ୍କ ମାଡମରା ଭିଡିଓ ଗତ ବୁଧବାର ଭାଇରାଲ ହେବା ପରେ ଏସପି ତାଙ୍କୁ ତୁରନ୍ତ ନିଲମ୍ବିତ କରିଛନ୍ତି । 2ଜଣ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ହେଲା ପରେ ବୌଦ୍ଧ ଥାନା ପକ୍ଷରୁ 4ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟରେ ଜାମିନ ନାମଞ୍ଜୁର ଯୋଗୁଁ ଗୁରୁବାର ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି । ଅଭିଯୁକ୍ତମାନେ ହେଲେ ଅନୁଗୋଳ ଜିଲ୍ଲା ନୀଳକଣ୍ଠ ପଡାର ବିଶ୍ବଜିତ ଚାଉଳିଆ, ଶଙ୍କର ନାଏକ, ସୋରିଷ ପଙ୍କର, ପ୍ରବୀଣ ନାଏକ ଓ ବୌଦ୍ଧ ଜିଲ୍ଲା ସାନ ବଙ୍କାପଡାର ବିଶ୍ବଜିତ ବେହେରା ।

ଗୁରୁବାର ମାଡ ଖାଇଥିବା ଯୁବକଙ୍କ ପକ୍ଷରୁ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ ପରେ ରଞ୍ଜନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ପରେ ଜାମିନରେ ସେ ମୁକୁଳିଥିବା ଜଣାପଡିଛି । ଏହାସହ ଶୁକ୍ରବାର ବୌଦ୍ଧ ଏସପି ଓ୍ବାଇ ରଘୁନାଥ ରାଓ ଭାଇରାଲ ଭିଡିଓରେ ଡ୍ୟୁଟିରେ ଥିବା ଅନ୍ୟ ତିନି ଜଣଙ୍କୁ ନିଲମ୍ବିତ କରିଛନ୍ତି । ସେମାନେ ହେଲେ ବୌଦ୍ଧ ଥାନାର ପିସିଆରରେ ଘଟଣାସ୍ଥଳକୁ ଯାଇଥିବା କନେଷ୍ଟବଳ ବିଶ୍ବନାଥ କହଁର, ହୋମଗାର୍ଡ ସୁଶାନ୍ତ ସାହୁ ଓ ହୋମଗାର୍ଡ ଶିଶିର ଭଞ୍ଜ ।

ତଥ୍ୟ ଅନୁଯାୟୀ ପ୍ରତ୍ୟେକ ଦିନ ବୌଦ୍ଧ ଅଞ୍ଚଳର ଅନେକ ସ୍ଥାନରୁ ଏଭଳି ଉପାୟରେ ନାବାଳିକାଙ୍କୁ ଜିଲ୍ଲା ତଥା ରାଜ୍ୟ ବାହାରକୁ ନେଇଯାଉଥିବା ସୂଚନା ମିଳିଛି । ଆଉ ଏବେ ଗୋଟିଏ ପଟେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଘଟଣା ଓ ଅନ୍ୟପଟେ ଭାଇରାଲ ଭିଡିଓ ଘଟଣା ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ରିଜର୍ଭ ପୋଲିସର ହାବିଲଦାର ରଂଜନ ମହାପାତ୍ର ଙ୍କ ମାଡମରା ଭିଡିଓ ଗତ ବୁଧବାର ଭାଇରାଲ ହେବାପରେ ଏସପି ତାଙ୍କୁ ତୁରନ୍ତ ସସ୍ପେଣ୍ଡ କରିଥିଲେ ।ଦୁଇ ଜଣ ନାବାଳିକା ଙ୍କୁ ଅସଦାଚରଣ ଅଭିଯୋଗ ହେଲା ପରେ ବୌଦ୍ଧ ଥାନା ପକ୍ଷରୁ ଚାରିଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇ କୋର୍ଟରେ ଜାମିନ ନାମଞ୍ଜୁର ଯୋଗୁଁ ଗୁରୁବାର ଜେଲକୁ ପଠାଇ ଦିଆଯାଇଥିଲା । ସେମାନେ ହେଲେ ଅନୁଗୁଳ ଜିଲ୍ଲାର ନୀଳକଣ୍ଠ ପଡାର ବିଶ୍ବଜିତ ଚାଉଳିଆ, ଶଙ୍କର ନାଏକ, ସୋରିଷ ପଙ୍କର ପ୍ରବୀଣ ନାଏକ ଓ ବୌଦ୍ଧ ଜିଲ୍ଲା ସାନ ବଙ୍କାପଡା ର ବିଶ୍ବଜିତ ବେହେରା।ଗୁରୁବାର ଦିନ ମାଡ ଖାଇଥିବା ଯୁବକଙ୍କ ପକ୍ଷରୁ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ ପରେ ରଂଜନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ପରେ ଜାମିନ ରେ ସେ ମୁକୁଳିଥିବା ଜଣାପଡିଛି ।ଏହା ସହ ଆଜି ବୌଦ୍ଧ ଏସପି ଓ୍ବାଇ ରଘୁନାଥ ରାଓ ଭାଇରାଲ ଭିଡିଓରେ ଡ୍ୟୁଟିରେ ଥିବା ଅନ୍ୟ ତିନି ଜଣଙ୍କୁ ସସ୍ପେଣ୍ଡ କରିଛନ୍ତି ।ସେମାନେ ହେଲେ ବୌଦ୍ଧ ଥାନା ର ପିସିଆର ରେ ଘଟଣା ସ୍ଥଳକୁ ଯାଇଥିବା କନେଷ୍ଟବଳ ବିଶ୍ବନାଥ କହଁର, ହୋମଗାର୍ଡ ସୁଶାନ୍ତ ସାହୁ ଓ ହୋମଗାର୍ଡ ଶିଶିର ଭଞ୍ଜ । ତଥ୍ୟ ଅନୁଯାୟୀ ପ୍ରତ୍ୟେକ ଦିନ ବୌଦ୍ଧ ଅଞ୍ଚଳର ଅନେକ ସ୍ଥାନରୁ ଏଭଳି ଉପାୟରେ ନାବାଳିକା ଝିଅଙ୍କୁ ଜିଲ୍ଲା ତଥା ରାଜ୍ୟ ବାହାରକୁ ନେଇଯାଉଥିବା ସୂଚନା ମିଳିଛି ।ଆଉ ଏବେ ଗୋଟିଏ ପଟେ ନାବାଳିକା ଛାତ୍ରୀ ଙ୍କୁ ଅସଦାଚରଣ ଘଟଣା ଓ ଅନ୍ୟ ପଟରେ ଭାଇରାଲ ଭିଡିଓ ଘଟଣା ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି ।

Body:ଭାଇରାଲ ଭିଡିଓ-ଆଉ ତିନି ସସ୍ପେଣ୍ଡ ,ଜାମିନରେ ଗଲେ ରଂଜନ

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.