ETV Bharat / state

ପୋତି ହେବାକୁ ବସିଛି ବୌଦ୍ଧର ଐତିହାସିକ ପଥର ବନ୍ଧ, ପ୍ରଶାସନର ନିଘା ନାହିଁ

author img

By

Published : Jun 20, 2022, 2:19 PM IST

ଦୁଇ ଶହ ବର୍ଷ ପୁରାତନ ତଥା ଜିଲ୍ଲାର ପ୍ରଥମ ଆନିକଟ ବର୍ତ୍ତମାନ ପୋତି ହୋଇପଡିଛି । ବିଭାଗ ଏନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏହି ଐତିହାସିକ ଆନିକଟର ପୁନରୁଦ୍ଧାର ହୋଇ ପାରୁନାହିଁ । ଅଧିକ ପଢନ୍ତୁ

Buried is the first and most historic stone dam in the district
ପୋତି ହୋଇଗଲାଣି ଜିଲ୍ଲାର ପ୍ରଥମ ତଥା ଐତିହାସିକ ପଥର ବନ୍ଧ

ବୌଦ୍ଧ: ଦୁଇ ଶହ ବର୍ଷର ଆନିକଟର ପୁନରୁଦ୍ଧାର ହୋଇନପାରିବା କାରଣରୁ ତାହା ବର୍ତ୍ତମାନ ପୋତି ହୋଇପଡିଛି । ଫଳରେ ଅଞ୍ଚଳର ଶହ ଶହ ଏକର ଚାଷଜମି ବର୍ତ୍ତମାନ ପଡିଆ ପଡିଯିବା ଆଶଙ୍କା ସୃଷ୍ଟି ହୋଇଛି । ବୌଦ୍ଧ ଜିଲ୍ଲା ବଘିଆପଡା ପଞ୍ଚାୟତ ଆମଠାପଡା ନିକଟରେ ବୋହି ଯାଇଥିବା ପାହାଡି ଝରଣା ଉପରେ ପ୍ରାୟ ଦୁଇ ଶହ ବର୍ଷ ପୂର୍ବରୁ ବୌଦ୍ଧ ଗଡଜାତର ରାଜା ଚାଷ କାର୍ଯ୍ୟ ପାଇଁ ଉକ୍ତ ଝରଣା ଉପରେ ପଥର ବାନ୍ଧି ଆନିକଟ ନିର୍ମାଣ କରିଥିଲେ। ଯାହାକୁ ପଥର ବନ୍ଧ ବୋଲି ମଧ୍ୟ କୁହାଯାଏ । ଏହି ଆନିକଟରୁ ତଳ ମୁଣ୍ଡରେ ଥିବା ଶହ ଶହ ଏକର ଚାଷ ଜମି ଜଳସେଚନ ହେବା ସହିତ ରାଜାଙ୍କ ପ୍ରାୟ ପାଞ୍ଚ ଶହ ଏକର ପାଲଝାର କୃଷି ଫାର୍ମକୁ ଜଳସେଚନ ତତ୍କାଳୀନ ସମୟରେ ହେଉଥିଲା ।

ତେବେ ସ୍ବାଧୀନତା ପରେ ଏହି ଆନିକଟ କ୍ଷୁଦ୍ର ଜଳସେଚନ ବିଭାଗ ଅଧିନରେ ରହିବା ସହିତ ଏଠାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହାର ଉନ୍ନତି କରାଯାଇଛି । କିନ୍ତୁ ଅତ୍ୟନ୍ତ ଦୁଃଖର କଥା ବର୍ତ୍ତମାନ ଜିଲ୍ଲାର ଏହି ପ୍ରଥମ ଆନିକଟ ତଥା ଐତିହାସିକ ପଥର ବନ୍ଧର ପୁନରୁଦ୍ଧାର ହୋଇ ନପାରିବାରୁ ତାହା ପୋତି ହେବାକୁ ବସିଛି । ଏନେଇ ଅଞ୍ଚଳବାସୀ ଗଭୀର କ୍ଷୋଭ ପ୍ରକାଶ କରିବା ସହିତ ଏହାର ପୁନରୁଦ୍ଧାର ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.