ETV Bharat / state

ଦନ୍ତାହାତୀ ଶୀକାରର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ବୌଦ୍ଧବାସୀ - elephant hunding case

ବୌଦ୍ଧ ଜିଲ୍ଲା ତଳଗାଁ ନିକଟସ୍ଥ ମୁଣ୍ଡେଶ୍ବର ସଂରକ୍ଷିତ ଜଙ୍ଗଲରେ ଗତ ଜୁନ ୧୭ ତାରିଖରେ ଦାନ୍ତ ପାଇଁ ଏକ ଦନ୍ତା ହାତୀକୁ ଶୀକାର କରାଯାଇଥିଲା । ଦନ୍ତାହାତୀର ବିଭିନ୍ନ ସ୍ଥାନରେ 11ଟି ଗୁଳି ସହ ଅନ୍ୟ କ୍ଷତ ଦାଗ ଚିହ୍ନଟ ହୋଇଥିଲା ।

boudha-people-demand-crime-branch-investigation-on-elephant-hunding-case
ଦନ୍ତାହାତୀ ଶୀକାରର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ବୌଦ୍ଧବାସୀ
author img

By

Published : Jul 23, 2020, 5:24 AM IST

ବୌଦ୍ଧ: ଦନ୍ତାହାତୀ ଶୀକାରକୁ ମାସେରୁ ଊର୍ଦ୍ଧ୍ଵ ସମୟ ବିତିଲାଣି । ହେଲେ ଏବେବି ଅନ୍ଧାରରେ ବାଡି ବୁଲାଉଛି ଜଙ୍ଗଲ ବିଭାଗ । ଏହି ଘଟଣା କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି ତଳଗାଁ ପଞ୍ଚାୟତବାସୀ ।

ଦନ୍ତାହାତୀ ଶୀକାରର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ବୌଦ୍ଧବାସୀ
ବୌଦ୍ଧ ଜିଲ୍ଲା ତଳଗାଁ ନିକଟସ୍ଥ ମୁଣ୍ଡେଶ୍ବର ସଂରକ୍ଷିତ ଜଙ୍ଗଲରେ ଗତ ଜୁନ ୧୭ ତାରିଖରେ ଦାନ୍ତ ପାଇଁ ଏକ ଦନ୍ତା ହାତୀକୁ ଶୀକାର କରାଯାଇଥିଲା । ଦନ୍ତାହାତୀର ବିଭିନ୍ନ ସ୍ଥାନରେ 11ଟି ଗୁଳି ସହ ଅନ୍ୟ କ୍ଷତ ଦାଗ ଚିହ୍ନଟ ହୋଇଥିଲା । ଏହି ଘଟଣା ପରେ ଜଙ୍ଗଲ ବିଭାଗର ଜଙ୍ଗଲୀ ନିତିରେ ନିକଟସ୍ଥ ଗାଁର କିଛି ଲୋକଙ୍କୁ ଦୀର୍ଘ ତିନି ଦିନ ଧରି ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ପରେ ତନ୍ମଧ୍ୟରୁ 4 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ତେବେ ସେମାନେ ସମ୍ପୂର୍ଣ୍ଣ ନିର୍ଦୋଷ ଥିବା ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇଆସୁଛି ।

କିଛି ଦିନ ପରେ ପୁଣି 2 ଜଣ ଲୋକଙ୍କୁ ଜଙ୍ଗଲ ବିଭାଗ ଉଠାଇ ନେବା ପରେ ଗ୍ରାମବାସୀ କିଛି ଜଙ୍ଗଲ କର୍ମଚାରୀଙ୍କୁ ଚଲାଇ ଚଲାଇ ନେବା ମାମଲା ହରଭଙ୍ଗା ଥାନାରେ ପହଞ୍ଚିଥିଲା। ଜଙ୍ଗଲ ବିଭାଗ ପ୍ରକୃତ ଦୋଷୀକୁ ନଧରି ଅନ୍ଧାରରେ ବାଡି ବୁଲାଉଥିବା ଚର୍ଚ୍ଚା ହେଉଛି । ସୋମବାର ତଳଗାଁ ପଞ୍ଚାୟତର ସରପଞ୍ଚଙ୍କ ନେତୃତ୍ୱରେ କିଛି ଗ୍ରାମବାସୀ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ପ୍ରଦାନ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.