ETV Bharat / state

ବହୁବିଧ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଚିତ୍ରକର ସଂଘ

author img

By

Published : Mar 25, 2023, 11:42 AM IST

Updated : Mar 25, 2023, 1:20 PM IST

ସାମାଜିକ ସୁରକ୍ଷା ସହ ବର୍ଷସାରା କାମ ଯୋଗାଇବା ପାଇଁ ବୌଦ୍ଧ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଚିତ୍ରକର ସଂଘ । ଅଧିକ ପଢନ୍ତୁ

ବୌଦ୍ଧ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଚିତ୍ରକର ସଂଘ
ବୌଦ୍ଧ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଚିତ୍ରକର ସଂଘ
ବହୁବିଧ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଚିତ୍ରକର ସଂଘ

ବୌଦ୍ଧ: ବିବାହ ହେଉ କି ବ୍ରତଘର ସବୁଠି ଚିତ୍ରକରଙ୍କୁ ଖୋଡା ପଡେ । ରଙ୍ଗ ତୂଳୀରେ ସହରର କାନ୍ଥବାଡରେ ଜୀବନ୍ୟାସ ଭରି ଦିଅନ୍ତି ଚିତ୍ରକର । ହେଲେ ସହରକୁ ସୁନ୍ଦର କରୁଥିବା ସେହି ଚିତ୍ରକର ଆଜି ଦୁର୍ଦ୍ଦିନରେ । ମାଙ୍ଗଳିକ କାର୍ଯ୍ୟ ଓ ସହରର ସୌନ୍ଦର୍ଯ୍ୟକରଣରେ ଚିତ୍ରକରଙ୍କ ବଡ ଭୂମିକା ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏମାନଙ୍କୁ ଚିହ୍ନଟ କରିବା କିମ୍ବା କୌଣସି ସରକାରୀ ଯୋଜନାରେ ସାମିଲ କରାଯାଇ ପାରିନାହିଁ । ଫଳରେ ଏହି ଚିତ୍ରକରଙ୍କ ପରିବାର ଦୁର୍ଦ୍ଦିନରେ କାଳତିପାତ କରୁଛନ୍ତି । ଏଭଳି ବହୁବିଧ ସମସ୍ୟା ନେଇ ବୌଦ୍ଧ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଚିତ୍ରକର ସଂଘ । ସାମାଜିକ ସୁରକ୍ଷା ସହ ବର୍ଷସାରା କାମ ଯୋଗାଇବା ଇତ୍ୟାଦି ଦାବିରେ ବୌଦ୍ଧ ଜିଲ୍ଲାର ଶତାଧିକ ଚିତ୍ରକର ଜିଲ୍ଲାପାଳଙ୍କୁ ଭେଟି ଏଗାର ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ।

ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ଶହ ଶହ ଚିତ୍ରକର ରହିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଚିହ୍ନଟ କରାଯାଇ ପାରିନାହିଁ । ଯାହାଫଳରେ ଏହି ଚିତ୍ରକରଙ୍କୁ ପରିଚୟ ପତ୍ର ପ୍ରଦାନ କିମ୍ବା ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ପାରୁନଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ରାଜ୍ୟ ଚିତ୍ରକର ସଂଘ ପକ୍ଷରୁ ଗତ 2015 ମସିହାରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବା ପରେ ସହାୟତା ପାଇଁ ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା । ବିଡମ୍ବନାର ବିଷୟ ଇତିମଧ୍ୟରେ ଦୀର୍ଘ ଆଠ ବର୍ଷ ବିତିଯାଇଥିଲେ ମଧ୍ୟ ଚିତ୍ରକରଙ୍କୁ ଚିହ୍ନଟ କରାଯାଇ ପାରିନାହିଁ ।

ଚିତ୍ରକରଙ୍କୁ ଚିହ୍ନଟ କରି ସେମାନଙ୍କୁ କାମ ଯୋଗାଇ ଦେବା ସହିତ ସାମାଜିକ ସୁରକ୍ଷାରେ ଅନ୍ତର୍ଭୁକ୍ତ କରିବାକୁ ଦାବି ହୋଇଛି । ଏହାଛଡା ଚିତ୍ରକରଙ୍କ ପାଇଁ ଏକ ଚିତ୍ରକର କଲ୍ୟାଣ ପାଣ୍ଠି ଗଠନ କରିବାକୁ ମଧ୍ୟ ଦାବି କରାଯାଇଛି । ଏନେଇ ବୌଦ୍ଧ ଜିଲ୍ଲାର ଶତାଧିକ ଚିତ୍ରକର ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଗାର ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଯଦି ସେମାନଙ୍କ ଦାବି ପ୍ରତି ସରକାର ବିଚାର ନକରନ୍ତି ତେବେ ଚିତ୍ରକରମାନେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ଦାମୀ କାରର ସିକ୍ରେଟ ଚାମ୍ୱରରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା ଅବକାରୀ ବିଭାଗ

ବିବାହ ହେଉ କି ବ୍ରତଘର ସବୁଠି ଚିତ୍ରକରଙ୍କୁ ଖୋଜା ପଡେ । ରଙ୍ଗ ତୂଳରେ କାନ୍ଥବାଡକୁ ଦେଇପାରନ୍ତି ଜୀବନ୍ୟାସ । ମାତ୍ର ବର୍ଷର କିଛି ନିର୍ଦ୍ଧିଷ୍ଟ ଦିନରେ କାମ ମିଳୁଥିବାରୁ ବାକି ଦିନ ଜୀବନ ଜିଇଁବା ପାଇଁ ସେମାନଙ୍କୁ ସଂଘର୍ଷ କରିବାକୁ ପଡୁଛି । ତେଣୁ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ସହ ବର୍ଷ ତମାମ କାମ ଯୋଗାଇବା ପାଇଁ ନିଯୁକ୍ତ ସୁଯୋଗ ସୃଷ୍ଟି କରିବାକୁ ଚିତ୍ରକର ସଂଘ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

Last Updated : Mar 25, 2023, 1:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.