ETV Bharat / state

ସମ୍ପୂର୍ଣ୍ଣ ହେବ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ, ଜଙ୍ଗଲ ଜମିକୁ ଅନୁମୋଦନ ପରେ ବୌଦ୍ଧରେ ଉତ୍ସାହ - ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ଜଙ୍ଗଲ ଜମିକୁ ଅନୁମୋଦନ

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣରେ ବାଧକ ଥିବା ଜଙ୍ଗଲ ଜମି ପାଇଁ କେନ୍ଦ୍ରର ମଞ୍ଜୁରୀ ମିଳିବା ପରେ ବୌଦ୍ଧରେ ଆନନ୍ଦର ଲହରୀ ଖେଳି ଯାଇଛି । ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଅଧିକ ପଢନ୍ତୁ

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ
ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ
author img

By

Published : Feb 14, 2023, 7:25 AM IST

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ

ବୌଦ୍ଧ: ସମ୍ପୂର୍ଣ୍ଣ ହେବ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ । ଜଙ୍ଗଲ ଜମି ପାଇଁ ଅଟକି ରହିଥିବା ବହୁପ୍ରତୀକ୍ଷିତ ଖୋର୍ଦ୍ଧା ରୋଡ ବଲାଙ୍ଗୀର ରେଳପଥ ଲାଗି ଆବଶ୍ୟକ ଜଙ୍ଗଲ ଜମିକୁ ଅନୁମୋଦନ ମିଳିବା ପରେ ବୌଦ୍ଧ ଜିଲ୍ଲାରେ ଆନନ୍ଦର ଲହରୀ ଖେଳିଯାଇଛି । ବ୍ରିଟିଶ ଶାସନ କାଳରୁ ପୂର୍ବ ଓ ପଶ୍ଚିମ ଓଡି଼ଶାକୁ ସଂଯୋଗ ଲାଗି ଏକ ରେଳପଥ ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ ହୋଇଥିଲା । କିନ୍ତୁ ସ୍ବାଧୀନତା ପରେ ତାହାର ଅଗ୍ରଗତି ହୋଇପାରିନଥିଲା । ୧୯୯୪ ମସିହାରେ ପୁଣିଥରେ ଏହି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହେଲା । ୨୦୧୦ ମସିହା ପରଠାରୁ ଏହାର ନିର୍ମାଣ କାର୍ଯ୍ୟରେ ଯଥେଷ୍ଟ ଅଗ୍ରଗତି ଘଟିଥିଲା ।

ଏହି ରେଳ ପ୍ରକଳ୍ପର ସର୍ବାଧିକ ପଥ ଅତିକ୍ରମ କରୁଥିବା ଜିଲ୍ଲା ହେଉଛି ବୌଦ୍ଧ । ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଠାରୁ ବଦଲାସାହି ପର୍ଯ୍ୟନ୍ତ ପ୍ରାୟ ୧୦୦ କିଲୋମିଟରରୁ ଊର୍ଦ୍ଧ୍ବ ଏହି ରେଳପଥ ନିର୍ମାଣରେ ମୁଖ୍ୟ ପ୍ରତିବନ୍ଧକ ସାଜିଥିଲା ଚାରିଛକଠାରୁ ବାଣୀଗୋଛା ପର୍ଯ୍ୟନ୍ତ ଥିବା ଜଙ୍ଗଲ ପଥ । ଏହି ରାସ୍ତାରେ ବ୍ୟାପକ ଘଞ୍ଚ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ଆବାସସ୍ଥଳୀ ରହିଛି । ଉକ୍ତ ୬୮ କିଲୋମିଟର ଜଙ୍ଗଲ ରାସ୍ତା ପାଇଁ ରେଳପଥ ନିର୍ମାଣର ଭବିଷ୍ୟତ କ'ଣ ହେବ ସେନେଇ ଆଶା ଆଶଙ୍କା ଲାଗି ରହିଥିବା ବେଳେ ରବିବାର କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଏହାକୁ ସ୍ବୀକୃତି ପ୍ରଦାନ କରିଥିବା ନେଇ ଖୋଦ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଟ୍ବିଟ୍‌ କରି ସୂଚନା ଦେଇଥିଲେ । ଏହାପରେ ବୌଦ୍ଧ ଜିଲ୍ଲାରେ ଆନନ୍ଦର ଲହରୀ ଖେଳିଯାଇଛି । ବିଭିନ୍ନ ସଂଗଠନ ପକ୍ଷରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏଥିପାଇଁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏହି ପ୍ରକଳ୍ପ ବଲାଙ୍ଗୀର, ସୋନପୁର, ଫୁଲବାଣୀ, ବୌଦ୍ଧ, ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାକୁ ସଂଯୋଗ କରିବ ।

ଏହାମଧ୍ୟ ପଢନ୍ତୁ: Khurda-Balangir Rail Project: 68 କିମି ଜଙ୍ଗଲ ଜମି ଅନୁମୋଦନ

ବିଶେଷ ଭାବରେ ବୌଦ୍ଧ ନାଗରିକ କମିଟି ଓ ରେଳପଥ ସଂଘର୍ଷ ସମିତି ତଥା ବିଭିନ୍ନ ସଂଗଠନ ପକ୍ଷରୁ ଆନନ୍ଦ ପ୍ରକାଶ ସହିତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି । ଏହି ଅବସରରେ ବୌଦ୍ଧର ଶତାୟୁ ସ୍ବାଧୀନତା ସଂଗ୍ରାମୀ ଗୌରମୋହନ ମିଶ୍ର ରେଳପଥକୁ ନେଇ ନେଇ ନିଜ ଅନୁଭୂତି ପ୍ରକାଶ କରିଛନ୍ତି । ଯଥାଶୀଘ୍ର ଏହି ବହୁ ପ୍ରତୀକ୍ଷିତ ରେଳପଥ ସମ୍ପୂର୍ଣ୍ଣ ପାଇଁ ସୋମବାର ସଂକ୍ରାନ୍ତି ଅବସରରେ ମହାନଦୀରେ ଆୟୋଜିତ ମହାଆଳତୀ ସମୟରେ ଶ୍ରଦ୍ଧାଳୁମାନେ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.