ETV Bharat / state

ବିଭିନ୍ନ ସମସ୍ୟା ନେଇ ଶ୍ରମ କାର୍ଯ୍ୟାଳୟ ଘେରିଲା ମିଳିତ ଶ୍ରମିକ ସଙ୍ଗଠନ - boudha-labour-union protest infront of

ବୌଦ୍ଧ ଜିଲ୍ଲାର ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ସୋମବାର ମିଳିତ ଭାବେ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ବୌଦ୍ଧ ଜିଲ୍ଲା ଶ୍ରମ ଅଧିକାରୀ ସାତ ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେବାପରେ ଧାରଣାରୁ ଉଠିଲେ ବିକ୍ଷୋଭକାରୀ । ଅଧିକ ପଢନ୍ତୁ..

ମିଳିତ ଶ୍ରମିକ ସଙ୍ଗଠନ ପକ୍ଷରୁ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

author img

By

Published : Jul 6, 2020, 5:25 PM IST

ବୌଦ୍ଧ: ଶ୍ରମିକଙ୍କ ବିଭିନ୍ନ ସମସ୍ୟା ନେଇ ଶ୍ରମ କାର୍ଯ୍ୟାଳୟ ଘେରିଲେ ଶ୍ରମିକ ସଙ୍ଗଠନ । ବୌଦ୍ଧ ଜିଲ୍ଲା ଶ୍ରମ ଅଧିକାରୀ ସାତ ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେବାପରେ ଧାରଣାରୁ ଉଠିଲେ ବିକ୍ଷୋଭକାରୀ ।

ମିଳିତ ଶ୍ରମିକ ସଙ୍ଗଠନ ପକ୍ଷରୁ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବୌଦ୍ଧ ଜିଲ୍ଲାର ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ସୋମବାର ମିଳିତ ଭାବେ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଲକଡାଉନ ସମୟରେ ବିଶେଷ ପ୍ରଭାବିତ ହୋଇଥିବା ଶ୍ରମିକଙ୍କୁ ପନ୍ଦର ଶହ ଟଙ୍କା ପ୍ରଦାନ ପାଇଁ ସରକାର ବ୍ୟବସ୍ଥା କରିଥିଲେ ମଧ୍ୟ ଜିଲ୍ଲାର ଅନେକ ନିର୍ମାଣ ଶ୍ରମିକ ଏଥିରୁ ବାଦ ପଡିଛନ୍ତି । ଏହା ସହିତ ଶ୍ରମିକଙ୍କ ପରିବାରର ଶିକ୍ଷା, ସାଇକେଲ, ବ୍ୟବହାର ସାମଗ୍ରୀ ଭଳି ବିଭିନ୍ନ ସହାୟତା ମିଳିନଥିବା ଅଭିଯୋଗ କରି ଧାରଣ ଦିଆଯାଇଥିଲା ।

ଶ୍ରମ ଅଧିକାରୀ ପହଞ୍ଚି ବିକ୍ଷୋଭକାରୀଙ୍କ ସହିତ ଆଲୋଚନା ସହ ସାତ ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବାପରେ ଶ୍ରମିକ ସଂଗଠନ ପକ୍ଷରୁ ଧାରଣାକୁ ସ୍ଥଗିତ ରଖାଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.