ETV Bharat / state

ବିଧାୟକଙ୍କୁ ଗିରଫ ଦାବିରେ ତାତିଲା ବୌଦ୍ଧ ଯନ୍ତ୍ରୀ ସଂଘ

ପାଟଣାଗଡ ତାତିରେ ହୁଲସ୍ତୁଲ ବୌଦ୍ଧ । ଉତ୍ତେଜିତ ଯନ୍ତ୍ରୀ ସଂଘ, ଦୋଷୀକୁ ଗିରଫ ଦାବି କରି ସୋମବାର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ଦେଇଛନ୍ତି ।

author img

By

Published : Jun 10, 2019, 2:55 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ପାଟଣାଗଡ ବିଧାୟକଙ୍କ ଦବଙ୍ଗଗିରି ଘଟଣା ନେଇ ଉଠୁଛି ପଡୁଛି ରାଜ୍ୟ । ସେମାବାର ବୌଦ୍ଧରେ ମଧ୍ୟ ଦେଖିବାକୁ ମିଳିଛି ସମାନ ପରିସ୍ଥିତି । ଏହି ଘଟଣାକୁ ଜିଲ୍ଲା ଯନ୍ତ୍ରୀ ସଂଘ ତୀବ୍ର ନିନ୍ଦା କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି । ଏଥି ସହ ଏହାର ସଦସ୍ୟମାନେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଡିପ୍ଲୋମା ଇଂଜିନିୟରିଂ ସଂଘ ଏକ ସ୍ବତନ୍ତ୍ର ବୈଠକ ଆୟୋଜିତ କରିଛି । ଘଟଣାକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଏ ନେଇ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସମସ୍ତ ଯନ୍ତ୍ରୀ ଉପସ୍ଥିତ ରହି ଏଭଳି ପଦକ୍ଷେପ ନେଇଛନ୍ତି ।

ପାଟଣାଗଡ ବିଧାୟକ ସରୋଜ ମେହେର ଜଣେ ସ୍ଥାନୀୟ ଯନ୍ତ୍ରୀଙ୍କୁ ସର୍ବସାଧାରଣରେ ଶହେ ଥର ବସ ଉଠ କରାଇଥିଲେ । ଏହି ଘଟଣାରେ ରାଜନୀତି ସହ ଇଞ୍ଜିନିୟରିଂ ସଂଘ ମଧ୍ୟ ତାତିଛି ।

Intro:Body:

dfsf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.