ETV Bharat / state

ବୌଦ୍ଧକୁ ଛୁଇଁଛି ପହିଲି ଶୀତ, ଶୀତୁଆ ସକାଳର ସୌନ୍ଦର୍ଯ୍ୟରେ ଆନମନା ଭାବୁକ - people feeling cold

ବୌଦ୍ଧ ଜିଲ୍ଲାକୁ ଛୁଇଁଛି ପହିଲି ଶୀତ । ଶୀତର ପ୍ରବେଶ ପରେ ନଦୀକୂଳିଆ ସ୍ଥାନକୁ ଛୁଟି ଆସୁଛନ୍ତି ବିଦେଶାଗତ ପକ୍ଷୀ । ମର୍ଣ୍ଣିଂ ୱାର୍କ ସହ ଗରମ ଚା' ପିଇ ଶୀତୁଆ ସକାଳର ମଜା ନେଉଛନ୍ତି ଲୋକେ । ଅଧିକ ପଢନ୍ତୁ...

ବୌଦ୍ଧକୁ ଛୁଇଁଛି ପହିଲି ଶୀତ; ଶୀତୁଆ ସକାଳରେ ସୌନ୍ଦର୍ଯ୍ୟରେ ଆନମନା ଭାବୁକ

author img

By

Published : Nov 9, 2021, 1:19 PM IST

ବୌଦ୍ଧ: ପ୍ରବେଶ କରିଛି ପହିଲି ଶୀତ । ଶୀତର ପ୍ରଥମ ସ୍ପର୍ଶ ବୌଦ୍ଧ ଜିଲ୍ଲାର ସୌନ୍ଦର୍ଯ୍ୟ କରିଛି ବହୁଗୁଣିତ । ସକାଳୁ ସକାଳୁ କଅଁଳିଆ ଖରା ସାଙ୍ଗକୁ ଥଣ୍ଡାର ନିଆରା ଅନୁଭୂତିରେ ଆନମନା ହେଉଛନ୍ତି ଭାବୁକ । ଶୀତୁଆ ସକାଳରେ ଜିଲ୍ଲାର ବିଭିନ୍ନ ପାର୍କ ଠୁ ଆରମ୍ଭ କରି ରାସ୍ତାଘାଟରେ ବହୁସଂଖ୍ୟକ ଲୋକେ ମର୍ଣ୍ଣିଂ ଓ୍ବାର୍କ କରୁଥିବାବେଳେ ୱାର୍କ ପରେ ଦୋକାନରେ ଗରମ ଚା'ର ମଜା ନେଉଛନ୍ତି ଲୋକେ ।

ବୌଦ୍ଧକୁ ଛୁଇଁଛି ପହିଲି ଶୀତ; ଶୀତୁଆ ସକାଳରେ ସୌନ୍ଦର୍ଯ୍ୟରେ ଆନମନା ଭାବୁକ

ସକାଳୁ ସବୁଜିମା ପତ୍ରରୁ କାକର ବୁନ୍ଦା ଟପ୍‌ଟପ୍‌ ହୋଇ ଖସି ପଡୁଥିବାବେଳେ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଯୋଗ ପ୍ରାଣାୟାମ ଶିବିର କରାଯାଉଛି । ସେପଟେ ବୌଦ୍ଧ ଜିଲ୍ଲାର ମହାନଦୀ କୂଳିଆ ସ୍ଥାନ ସମେତ ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନରେ ଶୀତର ପ୍ରବେଶ ଯୋଗୁଁ ବିଭିନ୍ନ ପୁଷ୍ପରାଜି ଓ ବିଦେଶାଗତ ପକ୍ଷୀ ମଧ୍ୟ ଦେଖାଯାଉଛନ୍ତି । ମହାନଦୀର ନୀଳ ଜଳରାଶି ସୂର୍ଯ୍ୟଙ୍କ ପହିଲି କିରଣରେ ଲାଲ ଦେଖାଯାଉଥିବା ସମୟରେ ସେହି ନିଆରା ଅନୁଭୂତିକୁ ସାଉଁଟି ରଖିବାକୁ କେତେକ ସେଲଫି ନେଉଛନ୍ତି । ପ୍ରକୃତିର ଏହି ସୌନ୍ଦର୍ଯ୍ୟ ଓ ଅନୁଭୂତିକୁ ନିଜ ନିଜ ଭାଷାରେ ବର୍ଣ୍ଣନା କରିଛନ୍ତି କବି ଓ ଭାବୁକ । ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ମନୋରମ ସ୍ଥାନରେ ପ୍ରକୃତି ପ୍ରେମୀ ସୌନ୍ଦର୍ଯ୍ୟର ଉପଭୋଗରେ ଲାଗିପଡିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.