ETV Bharat / state

ସେତୁ ନିର୍ମାଣ ଅବଧିକୁ ବର୍ଷେ ବିତିଲାଣି, ସରୁନି କାମ - bridge construction over mahanadi

ବୌଦ୍ଧ ଜିଲ୍ଲା ଧଳପୁର ଆଠମଲ୍ଲିକ ସେତୁର ନିର୍ମାଣ ଅବଧିକୁ ସରିବାର ବର୍ଷେ ବିତିଗଲାଣି, ହେଲେ ସରୁନି ନିର୍ମାଣ କାମ । ତୁରନ୍ତ ଜିଲ୍ଲା ପ୍ରଶାସନ ଓ ସରକାର ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି । ଅଧିକ ପଢନ୍ତୁ...

boudha dhalapur bridge construction work
ସେତୁ ନିର୍ମାଣ ଅବଧିକୁ ବର୍ଷେ ବିତିଲାଣି, ସରୁନି କାମ
author img

By

Published : Oct 30, 2020, 8:37 AM IST

ବୌଦ୍ଧ: ଅନିଶ୍ଚିତତା ମଧ୍ୟରେ ବୌଦ୍ଧ ଜିଲ୍ଲା ଧଳପୁର ଆଠମଲ୍ଲିକ ସେତୁ । ବର୍ଷ ହେଲା ସରିଲାଣି ସେତୁର ନିର୍ମାଣ ଅବଧି । ହେଲେ ଶେଷ ହେଉନି ନିର୍ମାଣ । ମହାନଦୀ ଉପରେ ନିର୍ମାଣାଧୀନ ଥିବା ଏହି ବହୁ ପ୍ରତୀକ୍ଷିତ ସେତୁ କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ସେନେଇ ଅନ୍ଧାରରେ ସମଗ୍ର ଅଞ୍ଚଳବାସୀ ।

ସେତୁ ନିର୍ମାଣ ଅବଧିକୁ ବର୍ଷେ ବିତିଲାଣି, ସରୁନି କାମ

ସୂଚନା ଅନୁଯାୟୀ, ବୌଦ୍ଧ ଧଳପୁର ଠାରେ ମହାନଦୀ ଉପରେ ଜିଲ୍ଲାର ଦ୍ବିତୀୟ ସେତୁ ନିର୍ମାଣ ପାଇଁ 2016 ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ । ସେହି ବର୍ଷ ଗୁଜୁରାଟର ଠିକା ସଂସ୍ଥା ରଣଜିତ ବିଲ୍ଡକନ ଏହାର ନିର୍ମାଣ କାର୍ଯ୍ୟ ଭାର ନେଇ କାମ ଆରମ୍ଭ କରିଥିଲା । ପ୍ରାୟ ପାଞ୍ଚ କିଲୋମିଟର ଲମ୍ବ ବିଶିଷ୍ଟ ଏହି ସେତୁ ନିର୍ମାଣ ହେଲେ ସିଧାସଳଖ ବୌଦ୍ଧ, ଅନୁଗୋଳ, କନ୍ଧମାଳ, ନୟାଗଡ, ଗଞ୍ଜାମ ଆଦି ପାଞ୍ଚଟି ଜିଲ୍ଲାବାସୀ ଉପକୃତ ହେବେ । ସମୁଦାୟ 168.91 କୋଟି ଟଙ୍କା ବ୍ୟୟ ଅଟକଳରେ ତିଆରି ହେବାକୁ ଥିବା ଏହି ସେତୁ ଓଡିଶାର ଲାଇଫ ଲାଇନ ହେବ ବୋଲି ଆଶା କରାଯାଉଥିଲା । ଏହା ଗତ ବର୍ଷ ଅର୍ଥାତ 2019 ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସଂସ୍ଥା ପକ୍ଷରୁ ଦୃଢୋକ୍ତି ମଧ୍ୟ ଦିଆଯାଇଥିଲା ।

boudha dhalapur bridge construction work
ସେତୁ ନିର୍ମାଣ ଅବଧିକୁ ବର୍ଷେ ବିତିଲାଣି, ସରୁନି କାମ

ହେଲେ ଅବଧି ସରିବାର ବର୍ଷ ବିତିଗଲାଣି । ତଥାପି କେବେ ଏହି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବେ ତାର ସଠିକ ସୂଚନା ମିଳିପାରୁ ନାହିଁ । ଫଳରେ ସାଧାରଣ ଲୋକେ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଓ ସରକାର ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.