ETV Bharat / state

ଟିକାଦାନ କେନ୍ଦ୍ରରେ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ - ବୌଦ୍ଧ ଖବର

ବୌଦ୍ଧରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଟିକାଦାନ କେନ୍ଦ୍ରରେ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ....

boudha collecter review the situation at the vaccination center
ଟିକାଦାନ କେନ୍ଦ୍ରରେ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ
author img

By

Published : May 9, 2021, 7:58 AM IST

ବୌଦ୍ଧ: ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର 178ଟି ପଜିଟିଭ ସଂଖ୍ୟା ଚିହ୍ନଟ ହୋଇଥିବା ବେଳେ ପାଞ୍ଚ ହଜାର ମୁହାଁ ହେଲାଣି ସଂକ୍ରମିତଙ୍କ ସଂଖ୍ୟା । ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିବାହ ଉତ୍ସବ ଯୋଗୁଁ କୋଭିଡ କଟକଣା ଉଲ୍ଲଙ୍ଘନ ହେଉଛି। ଫଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି ।

ଟିକାଦାନ କେନ୍ଦ୍ରରେ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

ସେପଟେ ଗତ 29 ତାରିଖରୁ ବୌଦ୍ଧ ଜିଲ୍ଲାରେ ଟିକାର ଅଭାବ ଯୋଗୁଁ ଟୀକାକରଣ ବନ୍ଦ ରହିଥିବା ବେଳେ ଶୁକ୍ରବାର ଠାରୁ ଜିଲ୍ଲାର ଚାରୋଟି କେନ୍ଦ୍ରରେ ଟୀକାଦାନ ଆରମ୍ଭ ହୋଇଥିଲା । ତେବେ ବୟସ୍କଙ୍କ ଦ୍ବିତୀୟ ପର୍ଯ୍ୟାୟ ଟୀକାଦାନ ଚାଲିଥିବା ବେଳେ କେତେକ କେନ୍ଦ୍ରରେ ପ୍ରବଳ ମାତ୍ରାରେ ଗହଳି ଲାଗି ଥିବା ଦେଖିବାକୁ ମିଳିଥିଲା । ଜିଲ୍ଲାପାଳ ଟୀକାଦାନ କେନ୍ଦ୍ରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହା ସହିତ ସାଧାରଣ ଲୋକ ଯେଭଳି ଠିକ ଭାବରେ ଟିକା ଗ୍ରହଣ କରିପାରିବେ ସେନେଇ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.