ETV Bharat / state

ବୌଦ୍ଧ ସିଡିଏମଓଙ୍କ ଅଭିଯୋଗ, କ୍ଷମତାର ଅପବ୍ୟବହାର କରୁଛନ୍ତି ସରପଞ୍ଚ

ବୌଦ୍ଧ ସିଡିଏମଓଙ୍କ ଚାଞ୍ଚଲ୍ୟକର ବୟାନ । କୋରୋନା ସନ୍ଦିଗ୍ଧଙ୍କୁ ଆଣିବାକୁ ଯାଇ ଆମ୍ବୁଲାନ୍ସ ସେବା କିଭଳି ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହୋଇଛି ତାର ଖୁଲାସା କରିଛନ୍ତି । ଅଧିକ ପଢନ୍ତୁ...

boudha-cdmo-alleges-that-the-panchayat-officials-are-misuse-his-power
ବୌଦ୍ଧ ସିଡିଏମଓଙ୍କ ଅଭିଯୋଗ, କ୍ଷମତାର ଅପବ୍ୟବହାର କରୁଛନ୍ତି ସରପଞ୍ଚ
author img

By

Published : May 15, 2020, 10:15 AM IST

ବୌଦ୍ଧ: ବୌଦ୍ଧ ସିଡିଏମଓଙ୍କ ଚାଞ୍ଚଲ୍ୟକର ବୟାନ । ‘ଇଟିଭି ଭାରତ’କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ସେ ଆମ୍ବୁଲାନ୍ସ ସେବା କିଭଳି ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହୋଇଛି ତାର ଖୁଲାସା କରିଛନ୍ତି । ଏନେଇ ବୌଦ୍ଧ ଥାନାରେ ଏକ ମାମଲା ଦାୟର ହୋଇଛି ।

ବୌଦ୍ଧ ସିଡିଏମଓଙ୍କ ଅଭିଯୋଗ, କ୍ଷମତାର ଅପବ୍ୟବହାର କରୁଛନ୍ତି ସରପଞ୍ଚ

ବୌଦ୍ଧ ଜିଲ୍ଲାର କିଛି ନିର୍ଦ୍ଦିଷ୍ଟ ପଞ୍ଚାୟତରେ କିଭଳି କ୍ଷମତାର ଅପବ୍ୟବହାର କରାଯାଇ କୋରୋନା ସଂକ୍ରମଣର ଆଶଙ୍କା ସୃଷ୍ଟି କରାଯାଇଛି ସେ ସମ୍ପର୍କରେ ସୂଚନା ଦେଇଛନ୍ତି । ସୂଚନାନୁଯାୟୀ ବୌଦ୍ଧ ଜିଲ୍ଲାର ସରସରା ପଞ୍ଚାୟତକୁ ବୁଧବାର ଦୁଇ ଜଣ ସନ୍ଦିଗ୍ଧ ଗଞ୍ଜାମରୁ ଫେରିବା ଖବର ପାଇ ବୌଦ୍ଧ କୋଭିଡ ହେଲଥ ସେଣ୍ଟରରେ ନିୟୋଜିତ ଏକ ଆମ୍ବୁଲାନ୍ସକୁ ତୁରନ୍ତ ପଠାଯାଇଥିଲା । ସେହି ଦୁଇ ଜଣଙ୍କ ସହ ଆଉ ଜଣେ ମିଳିମିଶା କରିଥିବାରୁ ଉକ୍ତ 3 ଜଣଙ୍କୁ ନିକଟସ୍ଥ ରାଧାନଗର ପଞ୍ଚାୟତ କ୍ବାରେନଟାଇନ ହୋମକୁ ପଠାଯିବାର ଥିଲା । କିନ୍ତୁ ସରସରାରେ ସେଠାକାର ଲୋକପ୍ରତିନିଧି ଜଣଙ୍କୁ ଜୋର ଜବରଦସ୍ତି କରି ଆମ୍ବୁଲାନ୍ସ ଡ୍ରାଇଭର ନିକଟରେ ବସାଇ ପଠାଇବାରୁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବାଧ୍ୟ ହୋଇ ଉକ୍ତ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ହୋମ କ୍ବାରେନଟାଇନରେ ରଖିବା ସହ ଉକ୍ତ ଡ୍ରାଇଭରଙ୍କ ପୁଅ ମଧ୍ୟ ସିଡିଏମଓଙ୍କ ଗାଡି ଡ୍ରାଇଭର ଥିବାରୁ ତାକୁ ଘରକୁ ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏଭଳି ଏକ ଘଟଣା ଘଟିବା ପରେ ଏବେ ଜିଲ୍ଲାରେ ସଂକ୍ରମଣର ଭୟ ସୃଷ୍ଟି ହୋଇଛି । ଏ ସମ୍ପର୍କରେ ବୌଦ୍ଧ ଥାନାରେ ଏକ ମାମଲା ଦାୟର ହୋଇଛି । ତେବେ ଯଦି ଖୋଦ ପଞ୍ଚାୟତ ଦାୟିତ୍ବରେ ଥିବା ଲୋକ ଏଭଳି କ୍ଷମତାର ଅପବ୍ୟବହାର କରନ୍ତି ତେବେ ଆଗାମୀ ଭୟାବହ ପରିସ୍ଥିତି ପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଛି । ସେପଟେ ହରଭଙ୍ଗା ବ୍ଲକର ଉପାନ୍ତ ମହାଲିକପଡା ପଞ୍ଚାୟତରେ ମଧ୍ୟ ସ୍ଥାନୀୟ ସରପଞ୍ଚଙ୍କ ନାଁରେ ହରଭଙ୍ଗା ଥାନାରେ ଏକ ମାମଲା ଦାୟର ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.