ETV Bharat / state

ଆମେରିକାର ଷ୍ଟାନଫୋର୍ଡ ୟୁନିଭର୍ସିଟି ରିପୋର୍ଟ: ବିଶ୍ବର ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ଓଡିଶା ପ୍ରଫେସର - ବୌଦ୍ଧ ବୌଜ୍ଞାନିକ କରୁଣାକର ନନ୍ଦ

ବିଶ୍ବର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ସ୍ଥାନ ପାଇଲେ ବୌଦ୍ଧ ଜିଲ୍ଲାବାସୀ । ଆମେରିକାର ଷ୍ଟାନଫୋର୍ଡ ୟୁନିଭର୍ସିଟି ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

ବିଶ୍ବର ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ଓଡିଶା ପ୍ରଫେସର

author img

By

Published : Nov 12, 2020, 10:23 PM IST

ବୌଦ୍ଧ: ଜିଲ୍ଲା ପାଇଁ ଗୌରବ ଆଣିଲେ କଣ୍ଟାମାଳ ବ୍ଲକ ଖଟଖଟିଆ ଗ୍ରାମର ବରିଷ୍ଠ ବୈଜ୍ଞାନିକ ତଥା ପ୍ରଫେସର କରୁଣାକର ନନ୍ଦ । ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିବା ଏହି ବୈଜ୍ଞାନିକ ବର୍ତ୍ତମାନ ଜିଲ୍ଲାକୁ ଗୌରବାନ୍ବିତ କରିଛନ୍ତି ।

ବିଶ୍ବର ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ଓଡିଶା ପ୍ରଫେସର

ଆମେରିକାର ଷ୍ଟାନଫୋର୍ଡ ୟୁନିଭର୍ସିଟି ପକ୍ଷରୁ ପ୍ରକାଶିତ ରିପୋର୍ଟରେ ବିଶ୍ବର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ବୌଦ୍ଧ ଜିଲ୍ଲାର ପ୍ରଫେସର ନନ୍ଦଙ୍କ ନାମ ସ୍ଥାନ ପାଇଥିବାରୁ ତାଙ୍କ ଜନ୍ମସ୍ଥାନ ଖଟଖଟିଆ ସହିତ ବୌଦ୍ଧ ଜିଲ୍ଲାରେ ଆନନ୍ଦର ଲହରୀ ଖେଳିଯାଇଛି । କରୁଣାକର ନନ୍ଦ ପ୍ରାଥମିକ ଶିକ୍ଷା ଖଟଖଟିଆ ଓ ପଲସାଗୋରା ବିଦ୍ୟାଳୟରେ ସମାପ୍ତ କରିବା ପରେ ଭୁବନେଶ୍ୱରରେ ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସରେ ପିଏଚଡି ଲାଭ କରିଥିଲେ । ବର୍ତ୍ତମାନ ସେ ବେଙ୍ଗାଲୁରୁର ମ୍ୟାଟେରିଆଲ ରିସର୍ଚ୍ଚ ସେଣ୍ଟରର ଅଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି । ସମ୍ପ୍ରତି ପ୍ରକାଶିତ ବିଶ୍ବ ବୈଜ୍ଞାନିକ ତାଲିକାରେ ସେ 72 ନମ୍ବରରେ ବୌଦ୍ଧ ଜିଲ୍ଲା ପାଇଁ ଗୌରବ ଆଣିଥିବାରୁ ତାଙ୍କୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଇଟିଭି ଭାରତ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.