ବୌଦ୍ଧ: ଦୁର୍ଘଟଣାର ଶିକାର ହେଲେ ବୌଦ୍ଧ ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର । ହଷ୍ଟେଲ ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ଯାଇଥିବା ବେଳେ ଗୋଡଖସି ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଉପଜିଲ୍ଲାପାଳଙ୍କୁ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।
ଏହା ମଧ୍ୟ ପଢ଼ନ୍ତୁ: Naba Das Murder Mystery: ପୋଲ୍ ଖୋଲିଦେଇପାରେ ଗୋପାଳ, ପାଗଳାମି ଯାଞ୍ଚ ପାଇଁ କାହିଁକି ଏତେ ବ୍ୟଗ୍ର ?
ସୂଚନା ମୁତାବକ, ବୌଦ୍ଧ ଜିଲ୍ଲାର ଲୁଣିବାହାଲ ହାଇସ୍କୁଲ ପଛ ପାର୍ଶ୍ଵରେ ଦୀର୍ଘ ବର୍ଷ ହେଲା ନିର୍ମାଣ ହେଉଥିବା ଆଦିବାସୀ ହଷ୍ଟେଲ ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ବୌଦ୍ଧ ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର ଯାଇଥିଲେ । ଲୁଣିବାହାଲର ଉକ୍ତ ହଷ୍ଟେଲର ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ହୋଇ ରହିଥିବା ବେଳେ ଜିଲ୍ଲା ପ୍ରଶାସନର ତତ୍ପରତା ଯୋଗୁଁ ଏହାର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇଥିଲା । ତେବେ ଦୀର୍ଘ ଦିନ ଧରି ନିର୍ମାଣ ସ୍ଥାନ ସଫେଇ ନହୋଇ ଉକ୍ତ ସ୍ଥାନରେ ପାଣି ଜମିରହି ଶିଉଳୀର ଆସ୍ତରଣ ଜମି ରହିଥିଲା ।
ଏହା ମଧ୍ୟ ପଢ଼ନ୍ତୁ: Khordha firecracker explosion: ସାମ୍ନାକୁ ଆସିଲା ବିସ୍ଫୋରଣ ସମୟର ଭିଡିଓ, ଚଢ଼ାଉ ପରେ 6 ଗିରଫ
ଆଜି (ମଙ୍ଗଳବାର) ଅପରାହ୍ନରେ ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର ଉକ୍ତ ହଷ୍ଟେଲ ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ଯାଇଥିଲେ । ଏହି ସମୟରେ ହଠାତ ତାଙ୍କ ଗୋଡ ଚଟାଣର ଟାଇଲରେ ଥିବା ଶିଉଳିରେ ପଡି ଖସିଯାଇଥିଲା । ଫଳରେ ସେ ତଳେ ପଡିଯାଇଥିଲେ । ଖସି ପଡିବାରୁ ଉପଜିଲ୍ଲାପାଳଙ୍କ ମୁଣ୍ଡର ପଛ ଭାଗରେ ଗଭୀର କ୍ଷତ ହୋଇ ପ୍ରବଳ ରକ୍ତ ସ୍ରାବ ହୋଇଥିଲା । ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ: Naba Das Murder Mystry: ଯିଏ ସୁପାରୀ ଦେଇଛି, ସେ ଗୋପାଳକୁ ଆଶ୍ବସ୍ତି ମଧ୍ୟ ଦେଇଛି: ବିରୋଧୀ ଦଳନେତା
ସେଠାରେ ପ୍ରାଥମିକ ଚିକିତ୍ସା ସହିତ ମୁଣ୍ଡରେ ଷ୍ଟିଚ ପଡିଥିବା ସୂଚନା ମିଳିଛି । ଏହି ସମୟରେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳ ବେହେରା, ପିଡି ଅଶ୍ବିନୀ ମେହେର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ବୌଦ୍ଧ ଡାକ୍ତରଖାନାରେ ପହଞ୍ଚି ଉପଜିଲ୍ଲାପାଳଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ତେବେ ବର୍ତ୍ତମାନ ଉପଜିଲ୍ଲାପାଳଙ୍କ ଅବସ୍ଥା ସ୍ଥିର ରହିବା ସହିତ ସେ ବିପଦ ମୁକ୍ତ ଥିବା ଡାକ୍ତର ସୂଚନା ଦେଇଛନ୍ତି ।
ଇଟିିଭି ଭାରତ, ବୌଦ୍ଧ