ETV Bharat / state

ଜଙ୍ଗଲରେ ଚଢ଼ାଉ କରି ଏକ କ୍ବିଣ୍ଟାଲ ଗଞ୍ଜେଇ ଜବତ କଲା ବୌଦ୍ଧ ପୋଲିସ - boudh police raid a forest area

ଗଞ୍ଜେଇର ପେଣ୍ଠସ୍ଥଳ ପାଲଟିଛି ବୌଦ୍ଧର କେତୋଟି ନିର୍ଦ୍ଦିଷ୍ଟ ଢାବା । ସୂଚନା ପାଇ ମଙ୍ଗଳବାର ବୌଦ୍ଧ ପୋଲିସ ଟିକରପଡା ପଞ୍ଚାୟତ ବିରିଗଡ ଗ୍ରାମ ନିକଟରୁ ଏକ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରି ଏକ କ୍ବିଣ୍ଟାଲ ଗଞ୍ଜେଇ ଜବତ କଲା ବୌଦ୍ଧ ପୋଲିସ

author img

By

Published : Mar 10, 2021, 8:28 AM IST

ବୌଦ୍ଧ: ସରିଲାଣି ବେଆଇନ ଗଞ୍ଜେଇ କଟା ଅଭିଯାନ। ବର୍ତ୍ତମାନ ଅମଳ ହୋଇଥିବା ଗଞ୍ଜେଇ ପ୍ୟାକିଂ ହୋଇ ବିଭିନ୍ନ ଉପାୟରେ ଜିଲ୍ଲା ତଥା ରାଜ୍ୟ ବାହାରକୁ ଯିବାପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଗଲାଣି । ଆଉ ଏସବୁର ପେଣ୍ଠସ୍ଥଳ ପାଲଟିଛି କେତୋଟି ନିର୍ଦ୍ଦିଷ୍ଟ ଢାବା । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ ଅକ୍ଟୋବର ମାସରୁ ଆରମ୍ଭ ହୋଇଥିବା ବେଆଇନ ଗଞ୍ଜେଇ କଟା ଅଭିଯାନ ଗତ ମାସ ପାଞ୍ଚ ତାରିଖରେ ସମାପ୍ତ ହୋଇଥିଲା । ତେବେ ସୂଚନାପାଇ ମଙ୍ଗଳବାର ବୌଦ୍ଧ ପୋଲିସ ଟିକରପଡା ପଞ୍ଚାୟତ ବିରିଗଡ ଗ୍ରାମ ନିକଟରୁ ଏକ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଥିବା ସୂଚନା ମିଳିଛି ।

ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରି ଏକ କ୍ବିଣ୍ଟାଲ ଗଞ୍ଜେଇ ଜବତ କଲା ବୌଦ୍ଧ ପୋଲିସ

ଜିଲ୍ଲାର ସମୁଦାୟ 6 ଗୋଟି ଥାନା ମଧ୍ୟରୁ କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ ଓ ବୌଦ୍ଧ ଥାନା ଅଞ୍ଚଳର ବିଭିନ୍ନ ଦୁର୍ଗମ ଜଙ୍ଗଲ ଭିତରେ ଏହି ସବୁଜ ଜହରର ଚାଷ ହୋଇଥାଏ । ଏ ସମସ୍ତ ବିଷୟରେ ସାଧାରଣ ଲୋକଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ପର୍ଯ୍ୟନ୍ତ ଓ ସରକାରୀ କର୍ମଚାରୀଙ୍କଠାରୁ ଆରମ୍ଭ କରି ନିର୍ବାଚିତ ଜନ ପ୍ରତିନିଧିମାନେ ଜାଣି ମଧ୍ୟ ଚୁପ। ଏପରିକି କେତେକ କ୍ଷେତ୍ରରେ ସିଧାସଳଖ ନତୁବା ପରୋକ୍ଷରେ ଜଡ଼ିତ ଥିବା ମଧ୍ୟ ଜଣାଯାଏ । ତେବେ ଅଧିକାଂଶ ଡିଲ ବୌଦ୍ଧ ଜିଲ୍ଲାର କେତୋଟି ନିର୍ଦ୍ଦିଷ୍ଟ ଢାବାରେ ହେଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି । ବର୍ତ୍ତମାନ ଅମଳ ହୋଇଥିବା ଗଞ୍ଜେଇ ପ୍ୟାକିଂ ହୋଇ ବିଭିନ୍ନ ବର୍ଗର ପିସି ଫାଇନାଲ ହେଉଛି । ତାପରେ କେଉଁ ରୁଟରେ କେଉଁ ବାଇକ,ଟ୍ରକ କିମ୍ବା ଅନ୍ୟ କୌଣସି ପରିବହନରେ ଜିଲ୍ଲା ବାହାରକୁ ଯିବ ତାର ବ୍ଲୁପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହେଉଛି ।

ବର୍ତ୍ତମାନ କେବଳ ଗୋଟିଏ ସପ୍ତାହରେ ବୌଦ୍ଧ ପୋଲିସ ଦୁଇ ଦୁଇଟି ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି । ତେବେ ଏଭଳି ଅଭିଯାନ ଆଗାମୀ ଦିନରେ ଉଭୟ ପୋଲିସ ଓ ଅବକାରୀ ବିଭାଗ ଜାରି ରଖିବ ବୋଲି ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.