ETV Bharat / state

Ganja Cultivation: ନନ୍ଦନବନ ସଫାରୀ ଅଞ୍ଚଳରେ ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ

author img

By

Published : Dec 11, 2021, 3:43 PM IST

ବେଆଇନ ଗଞ୍ଜେଇ ଚାଷର(illegal ganja Cultivation) ଭୂସ୍ବର୍ଗ ପାଲଟିଛି ବୌଦ୍ଧ ଜିଲ୍ଲା । ଶୁକ୍ରବାର ବୌଦ୍ଧ ପୋଲିସ ପ୍ରଥମଥର ପାଇଁ ଜିଲ୍ଲାର ବୀରନରସିଂପୁର ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରି ୧୨୫ ଏକର ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିଛି । ଅଧିକ ପଢନ୍ତୁ

Ganja Cultivation: ନନ୍ଦନବନ ସଫାରୀ ଅଞ୍ଚଳରେ ଗଞ୍ଜେଇ ଚାଷକୁ ନଷ୍ଟ କଲା ପୋଲିସ

ବୌଦ୍ଧ: ବେଆଇନ ଗଞ୍ଜେଇ ଚାଷର ଭୂସ୍ବର୍ଗ ପାଲଟିଛି ବୌଦ୍ଧ ଜିଲ୍ଲା । ଜିଲ୍ଲାର କଣ୍ଟାମାଳ, ମନମୁଣ୍ଡା ଓ ବୌଦ୍ଧ ବନାଞ୍ଚଳର ବିଭିନ୍ନ ଜଙ୍ଗଲ ଜମିରେ ବେଧଡକ ଚାଲିଛି ଉନ୍ନତମାନର ଗଞ୍ଜେଇ ଚାଷ । ତେବେ ଗତ ମାସରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଡ଼ ଅଭୟଙ୍କ ବୌଦ୍ଧ ଜିଲ୍ଲା ଗସ୍ତ ସମୟରେ ଗଞ୍ଜେଇ ବିରୋଧରେ କଡା ପଦକ୍ଷେପ ନେବାକୁ ସୂଚନା ଦେଇଥିଲେ । ଏହାର ପ୍ରତିଫଳନ ସ୍ବରୂପ ବୌଦ୍ଧ ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଜମିରେ ଚାଲିଥିବା ଏହି ଗଞ୍ଜେଇ କଟା ଅଭିଯାନକୁ ଜୋରଦାର କରାଯାଇଛି ।

ଜିଲ୍ଲା ପୋଲିସ ସହିତ ଅବକାରୀ, ଜଙ୍ଗଲ, ରାଜସ୍ବ ବିଭାଗର ମିଳିତ ଚଢ଼ାଉରେ ବିପୁଳ ପରିମାଣରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଏହି ଧାରାରେ ଶୁକ୍ରବାର ବୌଦ୍ଧ ପୋଲିସ ପ୍ରଥମଥର ପାଇଁ ଜିଲ୍ଲାର ବୀରନରସିଂପୁର ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରି ୧୨୫ ଏକର ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଉକ୍ତ ଅଞ୍ଚଳରେ ଓଡ଼ିଶାର ପ୍ରଥମ ବନ୍ୟପ୍ରାଣୀ ସଫାରୀ ନନ୍ଦନବନ ପାଇଁ ମୁଖ୍ୟମନ୍ତ୍ରୀ ଗତ ମାସରେ କୋଡିଏ କୋଟି ଟଙ୍କା ଘୋଷଣା କରିଥିଲେ ।

ବର୍ତ୍ତମାନ ଉକ୍ତ ନନ୍ଦନବନ ସଫାରୀ(nandanvan safari) ଅଞ୍ଚଳରେ ଏହି ଗଞ୍ଜେଇ ଚାଷକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । କିଭଳି ଓ କେଉଁ ପରିସ୍ଥିତିରେ ଏହି ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଥିଲା ସେନେଇ ଉଠିଛି ପ୍ରଶ୍ନବାଚୀ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.