ETV Bharat / state

ଖରା ଆରମ୍ଭରୁ ଜଳକଷ୍ଟ: ପିଇବା ପାଣି ପାଇଁ ଡହଳବିକଳ ଲୋକେ - ଖରା ଆରମ୍ଭରୁ ଜଳକଷ୍ଟ

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖାଦେଲାଣି ପାନୀୟଜଳ ସମସ୍ୟା । ଜିଲ୍ଲାର 69 ଗୋଟି ପଞ୍ଚାୟତର ଅଧିକାଂଶ ସ୍ଥାନରେ ପାନୀୟଜଳକୁ ନେଇ ଦେଖାଗଲାଣି ସମସ୍ୟା । ଅଧିକ ପଢନ୍ତୁ

ଖରା ଆରମ୍ଭରୁ ଜଳକଷ୍ଟ : ପିଇବା ପାଣି ପାଇଁ ଡହଳବିକଳ ଲୋକେ

author img

By

Published : Mar 2, 2022, 9:37 PM IST

ବୌଦ୍ଧ : ଖରା ଆରମ୍ଭରୁ ଜଳ କଷ୍ଟ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖାଦେଲାଣି ପାନୀୟଜଳ ସମସ୍ୟା । ଜିଲ୍ଲାର 69 ଗୋଟି ପଞ୍ଚାୟତର ଅଧିକାଂଶ ସ୍ଥାନରେ ପାନୀୟଜଳକୁ ନେଇ ଦେଖାଗଲାଣି ସମସ୍ୟା ।

ଖରା ଆରମ୍ଭରୁ ଜଳକଷ୍ଟ : ପିଇବା ପାଣି ପାଇଁ ଡହଳବିକଳ ଲୋକେ

ଖରାଦିନ ବର୍ତ୍ତମାନ ଆରମ୍ଭ ହେଉଥିବାବେଳେ ସରକାରୀ ସୂଚନା ମୁତାବକ ଓଡ଼ିଶାର ସର୍ବାଧିକ ଉତ୍ତପ୍ତ ଜିଲ୍ଲା ଭାବରେ ବୌଦ୍ଧ ଜିଲ୍ଲା ରହିଛି । ଜିଲ୍ଲାର ହରଭଙ୍ଗା ବ୍ଲକର କୁଶଙ୍ଗ, ମହାଲିକପଡା, ତଳଗାଁ,ଆଢେଣୀଗଡ ଓ ଖୁଣ୍ଟବନ୍ଧ ଅନେକ ପଞ୍ଚାୟତରେ ବର୍ତ୍ତମାନ ଠାରୁ ପାନୀୟଜଳର ଉତ୍କଟ ଅଭାବ ଦେଖାଗଲାଣି । ଅନେକ ନଳକୂପ ଅଚଳ ହୋଇପଡି ଥିବାବେଳେ ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ପାଇପ ଯୋଗେ ଜଳଯୋଗାଣ ବ୍ୟବସ୍ଥା ଅନେକ ସ୍ଥାନରେ ଅଚଳ ହୋଇପଡିଛି । ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.