ETV Bharat / state

ମରଣଯନ୍ତା ଜାତୀୟ ରାଜପଥ, ବାଇପାସ ଦାବିରେ ବୌଦ୍ଧବାସୀ - ବୌଦ୍ଧବାସୀଙ୍କ ବାଇପାସ ଦାବି

ବିପଦପୂର୍ଣ୍ଣ ଅବସ୍ଥାରେ 57ନଂ ଜାତୀୟ ରାଜପଥ । ଖାଲଢିପ ସାଙ୍ଗକୁ ରାସ୍ତା ଉପରେ ଜମୁଛି ଗାଈଗୋରୁଙ୍କ ଭିଡ । ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣାର ସାମ୍ନା କରୁଛନ୍ତି ବୌଦ୍ଧବାସୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Aug 18, 2019, 11:23 AM IST

Updated : Aug 18, 2019, 11:42 AM IST

ବୌଦ୍ଧ: ଖାଲ ଢିପ ସାଙ୍ଗକୁ ଜାତୀୟ ରାଜପଥରେ ଉଠା ଦୋକାନୀଙ୍କ ଜବରଦଖଲ । ଖାଲି ସେତିକି ନୁହେଁ ରାସ୍ତାରେ ଉପରେ ମାଳମାଳ ଗାଈଗୋରୁଙ୍କ ଭିଡ । ବୌଦ୍ଧ ଜିଲ୍ଲାକୁ ଦେଇ ଯାଇଥିବା 57 ନଂ ଜାତୀୟ ରାଜପଥରେ ସଙ୍ଗୀନ ହୋଇପଡିଛି ସଡକ ସୁରକ୍ଷା ବ୍ୟବସ୍ଥା । ବାରିଙ୍ଗ ଠାରୁ ମନମୁଣ୍ଡା ଯାଏଁ 110 କିମିରୁ ଊର୍ଦ୍ଧ୍ବ ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଥିବାବେଳେ ସହରରେ ବାଇପାସ ପାଇଁ ଦାବି ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବିଶେଷ କରି ବାଇପାସ ରାସ୍ତା କଥା ଯଦି ବିଚାରକୁ ନିଆଯାଏ, ତେବେ କେବଳ ମନମୁଣ୍ଡା ବାଇପାସ କାର୍ଯ୍ୟ ତ୍ବରାନ୍ବିତ ହୋଇଛି । କିନ୍ତୁ ପୁରୁଣାକଟକ, ବାଉଁଶୁଣୀ ବାଇପାସ ରାସ୍ତା କାମ ଯେମିତି ଶୀଳତଭଣ୍ଡାରକୁ ଚାଲିଗଲା ଭଳି ମନେ ହେଉଛି । ସେପଟେ, ବିଭାଗୀୟ ଯନ୍ତ୍ରୀଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ରାଜପଥର ବିଭିନ୍ନ ସ୍ଥାନରେ ଖାଲ ଗାତରେ ସମ୍ପୂର୍ଣ୍ଣ ଭାବେ ବିପଦ ସୃଷ୍ଟି ହୋଇଛି ।

ସହରର ମୁଖ୍ୟ ଏନଏସି ଛକକୁ ଦେଖିଲେ ଏହା କୌଣସି ରାଜପଥ ବୋଲି ଆଦୌ ବିଶ୍ବାସ କରିହେବ ନାହିଁ । ଫଳରେ ଦିନକୁ ଦିନ ବଢିବାରେ ଲାଗିଛି ଦୁର୍ଘଟଣା । ବାଇପାସ ରାସ୍ତା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଗତ ସପ୍ତାହରେ ବୌଦ୍ଧ ନାଗରିକ କମିଟି ପକ୍ଷରୁ କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତଙ୍କୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ଅବ୍ୟବସ୍ଥା ଘେରରେ୫୭ ନମ୍ବର ଜାତୀୟ ରାଜପଥ । ଖାଲ, ଗାତ ସହିତ ଉଠା ଦୋକାନୀଙ୍କ ଜବରଦଖଲ ରାଜପଥକୁ ଆହୁରି ବିପଦଶଙ୍କୁଳ କରିଛି ।ବୌଦ୍ଧ ଜିଲ୍ଲାର ବାରିଙ୍ଗି ଠାରୁ ମନମୁଣ୍ଡା ପର୍ଯ୍ୟନ୍ତ ପ୍ରାୟ୧୧୦ କିଲୋମିଟର ରୁ ଉର୍ଦ୍ଧ୍ବ ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଥିବା ଅଭିଯୋଗ ହୋଇଛି ।ବିଶେଷ ଭାବରେ ବାଏପାସ ରାସ୍ତା କଥା ଯଦି ବିଚାର କରାଯାଏ ତେବେ କେବଳ ମନମୁଣ୍ଡା ବାଏପାସ କାର୍ଯ୍ୟ ତ୍ବରାନ୍ବିତ ହୋଇଥିବା ବେଳେ ବୌଦ୍ଧ ସହର,ପୁରୁଣାକଟକ, ବାଉଁଶୁଣୀ ବାଏପାସ ରାସ୍ତା କାମ ଶିତଳଭଣ୍ଡାରକୁ ଚାଲିଗଲା ଭଳି ମନେହେଉଛି ।ରାଜପଥଟି ଅଧିକାଂଶ ସମୟ ଗାଇଗୋରୁଙ୍କ କବ୍ଜାରେ ଥିଲା ଭଳି ମନେହେଉଛି । ସେହିପରି ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ରାଜପଥର ବିଭିନ୍ନ ସ୍ଥାନରେ ଖାଲ ଗାତରେ ସମ୍ପୂର୍ଣ୍ଣ ଭାବେ ବିପଦ ସୃଷ୍ଟି ହୋଇଛି ।ବୌଦ୍ଧ ସହରର ମୁଖ୍ୟ ଏନଏସି ଛକ ଠାରେ ଥିବା ଗାତକୁ ଦେଖିଲେ ଏହା କୌଣସି ରାଜପଥ ବୋଲି ଆଦୌ ବିଶ୍ୱାସ କରିହେବ ନାହିଁ ।ଏପଟେ ଦିନକୁ ଦିନ ରାଜପଥରେ ଦୁର୍ଘଟଣା ବଢିବାରେ ଲାଗିଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ ।ବାଏପାସ ରାସ୍ତା ତୁରନ୍ତ କାର୍ଯ୍ୟ କାରୀ କରିବାକୁ ଗତ ସପ୍ତାହ ରେ ବୌଦ୍ଧ ନାଗରିକ କମିଟି ପକ୍ଷରୁ କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।ଜିଲ୍ଲା ପ୍ରଶାସନ ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

Body:ମରଣଯନ୍ତା ପାଲଟିଛି ୫୭ ନମ୍ବର ଜାତୀୟ ରାଜପଥ ।

Conclusion:ବାଇଟ-୧-କୃତ୍ତିବାସ ପଲିଆ, ବୁଦ୍ଧିଜୀବୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
Last Updated : Aug 18, 2019, 11:42 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.