ETV Bharat / state

ମହୀରାବଣ ହୋଇ ମନ ଜିଣିଲେ ବୌଦ୍ଧ ନଗରପାଳ

ବୌଦ୍ଧ ଜିଲ୍ଲାର ପ୍ରସିଦ୍ଧ ଗଣପର୍ବ ଶ୍ରୀ ରାମଲୀଳା ଯାତ୍ରାର ବହୁ ଚର୍ଚ୍ଚିତ ମହୀରାବଣ ବଧ ରବିବାର ଶେଷ ହୋଇଛି । ମହାପରାକ୍ରମୀ ତଥା ମାୟାବୀ ମହୀରାବଣ ଭୂମିକାରେ ଦର୍ଶକଙ୍କ ମନ ମୋହିଲେ ଖୋଦ ନଗରପାଳ । ଅଧିକ ପଢନ୍ତୁ

ମହୀରାବଣ ଭୂମିକାରେ ବୌଦ୍ଧ ନଗରପାଳ
ମହୀରାବଣ ଭୂମିକାରେ ବୌଦ୍ଧ ନଗରପାଳ
author img

By

Published : Apr 25, 2022, 12:25 PM IST

ବୌଦ୍ଧ: ଜିଲ୍ଲାର ପ୍ରସିଦ୍ଧ ଗଣପର୍ବ ଶ୍ରୀ ରାମଲୀଳା ଯାତ୍ରାର ବହୁ ଚର୍ଚ୍ଚିତ ମହୀରାବଣ ବଧ ରବିବାର ଶେଷ ହୋଇଛି । ମହାପରାକ୍ରମୀ ତଥା ମାୟାବୀ ମହୀରାବଣ ଭୂମିକାରେ ଦର୍ଶକଙ୍କ ମନ ମୋହିଲେ ଖୋଦ ନଗରପାଳ । ଦୀର୍ଘ ବର୍ଷ ହେଲା ସେ ଏହି ଭୂମିକାରେ ଦର୍ଶକଙ୍କ ମନ ମୋହି ପାରିଛନ୍ତି ।

ମହୀରାବଣ ଭୂମିକାରେ ବୌଦ୍ଧ ନଗରପାଳ

ମହାପରାକ୍ରମୀ ମାୟାବୀ ମହୀରାବଣର ଅଟ୍ଟହାସ୍ୟରେ ପ୍ରକମ୍ପିତ ହୋଇଥିଲା ଚତୁର୍ଦିଗ । ଆଉ ଏହି ମହୀରାବଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ଜିଲ୍ଲାର ଏକମାତ୍ର ପୌରାଞ୍ଚଳ ବୌଦ୍ଧ ଗଡ ଏନଏସିର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର । ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର ଦୀର୍ଘ ବର୍ଷ ହେଲା ମହୀରାବଣ ଭୂମିକାରେ ନିଜ ପାରଦର୍ଶିତା ଦେଖାଇ ଆସୁଛନ୍ତି । ଗତ ଦୁଇ ବର୍ଷ ହେଲା କୋରୋନା କଟକଣା ଯୋଗୁଁ ଜିଲ୍ଲାର ଏହି ପ୍ରସିଦ୍ଧ ଯାତ୍ରା ବନ୍ଦ ଥିବା ବେଳେ ଚଳିତ ବର୍ଷ ପୁଣିଥରେ ମୁକ୍ତାକାଶ ରଙ୍ଗମଞ୍ଚ ଚଳଚଞ୍ଚଳ ହୋଇଉଠିଥିଲା ।

ଆଉ ଇତି ମଧ୍ୟରେ ମୃତ୍ୟୁଞ୍ଜୟ ମିଶ୍ର ବୌଦ୍ଧ ନଗରପାଳ ହୋଇଥିବା ବେଳେ ତାଙ୍କ ମହୀରାବଣ ଭୂମିକା ଦେଖିବାକୁ ହଜାର ହଜାର ଦର୍ଶକ ରାମଲୀଳା ମଇଦାନରେ ପହଞ୍ଚି ଥିଲେ । ତାଙ୍କ ନିଖୁଣ ଅଭିନୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ସେ ତାଙ୍କର ଏହି କଳା ପାଇଁ ବେଶ ଗର୍ବ ଅନୁଭବ କରନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.