ETV Bharat / state

ବୌଦ୍ଧ ପୌରାଞ୍ଚଳରେ ପଶିଲା କୋରୋନା, ସମଗ୍ର ଜିଲ୍ଲାକୁ ସଟଡାଉନ ଦାବି

ବୌଦ୍ଧ ପୌରାଞ୍ଚଳରେ ପଶିଲା କୋରୋନା । ବୌଦ୍ଧ ପୌରାଞ୍ଚଳର ସମ୍ପୂର୍ଣ୍ଣ ଅଞ୍ଚଳକୁ ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିବା ବେଳେ ସମଗ୍ର ଜିଲ୍ଲାକୁ ସଟଡାଉନ କରାଯିବାକୁ ଦାବୀ କରିଛନ୍ତି ଜିଲ୍ଲାବାସୀ । ଅଧିକ ପଢନ୍ତୁ...

author img

By

Published : Jul 14, 2020, 4:58 PM IST

ବୌଦ୍ଧ ପୌରାଞ୍ଚଳରେ ପଶିଲା କୋରୋନା, ସମଗ୍ର ଜିଲ୍ଲାକୁ ସଟଡାଉନ ଦାବି
ବୌଦ୍ଧ ପୌରାଞ୍ଚଳରେ ପଶିଲା କୋରୋନା, ସମଗ୍ର ଜିଲ୍ଲାକୁ ସଟଡାଉନ ଦାବି

ବୌଦ୍ଧ: ପୌରାଞ୍ଚଳରେ ପଶିଲା କୋରୋନା, ସମଗ୍ର ଜିଲ୍ଲା ସଟଡାଉନ ଦାବି । ବୌଦ୍ଧ ପୌରାଞ୍ଚଳର ସମ୍ପୂର୍ଣ୍ଣ ଅଞ୍ଚଳକୁ ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିବା ବେଳେ ଜିଲ୍ଲାର ସୀମା ସିଲ କିମ୍ବା ସଟଡାଉନ କରାଯିବାକୁ ଦାବି କରିଛନ୍ତି ଜିଲ୍ଲାବାସୀ ।

ସୋମବାର ବୌଦ୍ଧ ପୌରାଞ୍ଚଳର ତିନି ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ସଂପୃକ୍ତ ଅଞ୍ଚଳରେ ସାଧାରଣରେ ଚିନ୍ତା ବୃଦ୍ଧି ହୋଇଛି । କୋରୋନା ସଂକ୍ରମିତ ହୋଇଥିବା ବୁଟୁପାଲିର ଦୁଇଟି ବସ୍ତି ସହିତ ଜାମୁଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତାକୁ ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷଣା କରି ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି । ଏଥି ସହିତ ସମ୍ପୃକ୍ତ ଅଞ୍ଚଳକୁ ୭୨ ଘଣ୍ଟା ପାଇଁ ସଟଡାଉନ କରାଯାଇଛି । ତେବେ ଜିଲ୍ଲାକୁ ରେଡଜୋନ ଅଞ୍ଚଳରୁ ଅବାଧ ପ୍ରବେଶ ଥିବାରୁ ଜିଲ୍ଲା ସୀମା ସିଲ ସହିତ ସମଗ୍ର ଜିଲ୍ଲାକୁ ସଟଡାଉନ କରାଯିବାକୁ ବୁଦ୍ଧିଜୀବୀ ଦାବୀ କରିଛନ୍ତି ।

ସୂଚନାଥାଉକି ବୌଦ୍ଧରେ ସାତ ଜଣ କୋରୋନା ପଜିଟିଭ ଚିହ୍ନଟ ପରେ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 60ରେ ପହଞ୍ଚିଛି । ସେଥି ମଧ୍ୟରୁ 15 ଜଣ କୋଭିଡ ହସପିଟାଲରେ ଚିକିତ୍ସାଧୀନ ରହିଥିବାବେଳେ 45 ସୁସ୍ଥ ହୋଇ ଫେରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.