ETV Bharat / state

ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କଲେ ବିଧାୟକ

author img

By

Published : Jan 19, 2021, 2:02 PM IST

ସର୍ଭେ ମାଧ୍ୟମରେ ନବୀନ ପଟ୍ଟନାୟକ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଜଣା ପଡିବା ପରେ ଲୋକଙ୍କୁ ମିଷ୍ଟାନ୍ନ ବାଣ୍ଟି ଖୁସି ମନାଇଲେ ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଜେଡି ନେତା ଓ କର୍ମୀମାନେ । ଅଧିକ ପଢନ୍ତୁ...

ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କଲେ ବିଧାୟକ
ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କଲେ ବିଧାୟକ

ବୌଦ୍ଧ: ସର୍ଭେ ମାଧ୍ୟମରେ ନବୀନ ପଟ୍ଟନାୟକ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଜଣା ପଡିବା ପରେ ସବୁଆଡେ ଖୁସିର ଲହରୀ ଖେଳିଯାଇଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଜେଡି ନେତା ଓ କର୍ମୀମାନେ ଏନଏସି ଛକଠାରେ ଲୋକଙ୍କୁ ମିଷ୍ଟାନ୍ନ ବଣ୍ଟନ କରି ଖୁସି ପାଳନ କରିଥିଲେ ।ଏହି ଅବସରରେ ବୌଦ୍ଧ ବିଧାୟକ ଖୋଦ କର୍ମୀଙ୍କୁ ମିଠା ବାଣ୍ଟିବା ସହ ଜିଲ୍ଲାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଜିଲ୍ଲାର ବିକାଶର ଧାରା ବଜାୟ ସହିତ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ପାଇଁ ମଧ୍ୟ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

TAGGED:

boudh MLA
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.