ବୌଦ୍ଧ : ଜିଲ୍ଲାର ମନମୁଣ୍ଡା ଥାନା ଅନ୍ତର୍ଗତ ଶୁଣ୍ଢିପଦର ପଞ୍ଚାୟତରେ ପ୍ରାକ ନିର୍ବାଚନ ହିଂସା ପୋଲିସର ଚିନ୍ତା ବଢାଇ ଥିବାବେଳେ ନିର୍ବାଚନ ପରେ ରକ୍ସା ପଞ୍ଚାୟତରେ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ପୁଣିଥରେ ସେହି ମନମୁଣ୍ଡା ପଞ୍ଚାୟତରୁ ଆସିଛି ସାଙ୍ଘାତିକ ଅଭିଯୋଗ । ଏଠାରେ ସରପଞ୍ଚ ପଦ ପାଇଁ ତିନି ଜଣ ଦାବିଦାର ଥିବାବେଳେ ବିଜୟୀ ହୋଇଥିବା ପ୍ରାର୍ଥୀଙ୍କ ନାଁରେ ଆସିଛି ଜାଲ ପ୍ରମାଣପତ୍ରର ଅଭିଯୋଗ ।
ମନମୁଣ୍ଡା ପଞ୍ଚାୟତର ସରପଞ୍ଚ ପଦ ପାଇଁ ଏସସି ବର୍ଗର ସଂରକ୍ଷଣ ଥିବାବେଳେ ବିଜୟୀ ପ୍ରାର୍ଥୀ ଅନ୍ୟ ବର୍ଗର ହୋଇଥିବାରୁ ଏନେଇ ବିରୋଧୀ ଗୋଷ୍ଠୀ ଅଭିଯୋଗ କରି ମନମୁଣ୍ଡା ଆର ଆଇ ଅଫିସକୁ ଘେରାଉ କରିଥିଲେ । ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ । ଶେଷରେ କଣ୍ଟାମାଳ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ