ETV Bharat / state

ହେରା ପଞ୍ଚମୀରେ ଠାକୁରଙ୍କ ବଳୀବାମନ ବେଶ

author img

By

Published : Jun 27, 2020, 9:40 PM IST

ବୌଦ୍ଧରେ ମହାପ୍ରଭୁଙ୍କ ହେରାପଞ୍ଚମୀ ନିରାଡମ୍ବର ଭାବରେ ପାଳନ କରାଯାଇଛି । ହେରା ପଞ୍ଚମୀରେ ଠାକୁର ବଳୀବାମନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଅଧିକ ପଢନ୍ତୁ...

boudh-herapanchami
ହେରା ପଞ୍ଚମୀରେ ଠାକୁରଙ୍କ ବଳୀବାମନ ବେଶ

ବୌଦ୍ଧ: ପ୍ରଶାସନିକ କଟକଣା ମଧ୍ୟରେ ଅନୁଷ୍ଠିତ ହେଉଛି ବଡ ଠାକୁରଙ୍କ ରୀତିନୀତି । ବୌଦ୍ଧରେ ମହାପ୍ରଭୁଙ୍କ ହେରା ପଞ୍ଚମୀ ନିରାଡମ୍ବର ଭାବରେ ପାଳନ କରାଯାଇଛି ।

ହେରା ପଞ୍ଚମୀରେ ଠାକୁରଙ୍କ ବଳୀବାମନ ବେଶ

ବୌଦ୍ଧରେ ବିରାଜିତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରାକୁ ପ୍ରଶାସନ ସମ୍ପୂର୍ଣ୍ଣ ବାତିଲ କରିବା ପରେ ମନ୍ଦିର ପରିସର ମଧ୍ୟରେ କେବଳ ଠାକୁରଙ୍କ ନୀତିକାନ୍ତି ଅନୁଷ୍ଠିତ ହେଉଛି । କିଛି ନିର୍ଦ୍ଦିଷ୍ଟ ସେବାୟତ ଠାକୁରଙ୍କ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଧାର୍ଯ୍ୟ ସମୟ ମଧ୍ୟରେ କିଛି ଭକ୍ତଙ୍କୁ ଦର୍ଶନର ସୁଯୋଗ ମିଳୁଛି । ଶନିବାର ହେରା ପଞ୍ଚମୀ ଅବସରରେ ରଥ ନିକଟରେ ପାରମ୍ପାରିକ ପୂଜାର୍ଚ୍ଚନାକୁ ବାତିଲ କରାଯାଇ କେବଳ ଠାକୁରଙ୍କ ନିକଟରେ ସ୍ବତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଇଥିଲା । ହେରା ପଞ୍ଚମୀରେ ଠାକୁର ବଳୀବାମନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.