ETV Bharat / state

ବୌଦ୍ଧରେ 2 ଅଘଟଣ: ରାସ୍ତା ନଥିବାରୁ ଆସିଲାନି ଆମ୍ବୁଲାନ୍ସ, ମିଳିଲାନି ମହାପ୍ରୟାଣ ଗାଡି - ଆମ୍ବୁଲାନ୍ସ

ରାସ୍ତା ସମସ୍ୟା ଯୋଗୁଁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଫଳରେ ଚାଲିଗଲା ପ୍ରସୂତୀଙ୍କ ଜୀବନ । ଆଉ ଏକ ସ୍ଥାନରେ ମୃତ୍ୟୁ ପରେ ମହାପ୍ରୟାଣ ଗାଡି ନମିଳିବାରୁ ଅଟୋରେ ବୁହା ହେଲା ଯୁବକଙ୍କ ମୃତଦେହ ।

helath system problem
ଅଟୋରେ ବୁହାଗଲା ମୃତଦେହ
author img

By

Published : Aug 26, 2020, 7:30 AM IST

Updated : Aug 26, 2020, 8:24 AM IST

ବୌଦ୍ଧ: ରାସ୍ତା ସମସ୍ୟା ଯୋଗୁଁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଫଳରେ ଚାଲିଗଲା ପ୍ରସୂତୀଙ୍କ ଜୀବନ । ସେହିପରି ମୃତ୍ୟୁ ପରେ ମହାପ୍ରୟାଣ ଗାଡି ନମିଳିବାରୁ ଅଟୋରେ ବୁହା ହେଲା ଯୁବକଙ୍କ ମୃତଦେହ ।

ଆମ ବ୍ୟବସ୍ଥାର ଅବ୍ୟବସ୍ଥା ଏବେ ସମସ୍ତଙ୍କୁ ଦୁଃଖିତ କରିଛି । ପ୍ରଥମ ଘଟଣାଟି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଟିଲାଟିଙ୍ଗା ଅଞ୍ଚଳରେ ଘଟିଛି । ଗାଁକୁ ଭଲ ରାସ୍ତା ଖଣ୍ଡେ ନଥିବାରୁ ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଫଳରେ ଜଣେ ଗର୍ଭବତୀ ମହିଳା ମନମୁଣ୍ଡା ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା ।

ବୌଦ୍ଧରେ 2 ଅଘଟଣ

ସେହିପରି ଦ୍ବିତୀୟ ଘଟଣାଟି ମଥୁରା ଗ୍ରାମର । ଯେଉଁଠାରେ ଜଣେ ଯୁବକଙ୍କୁ ସାପ କାମୁଡିବାରୁ ସେ ଗୁରୁତର ଅବସ୍ଥାରେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ଘଟିଥିଲା । କିନ୍ତୁ ଏହି ଗରିବ ପରିବାରର ମୃତଦେହକୁ ନେବା ପାଇଁ ସରକାରଙ୍କ ମହାପ୍ରୟାଣ ଗାଡି ମିଳିଲା ନାହିଁ । ଫଳରେ ମୃତଦେହକୁ ଏକ ଅଟୋରେ ପରିବାର ଲୋକ ନେଇ ମଥୁରା ଫେରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Aug 26, 2020, 8:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.