ବୌଦ୍ଧ: ଗତ 13 ଓ 14 ତାରିଖରେ ତେଲନଦୀରେ ବନ୍ୟା ଆସି ପଶ୍ଚିମ ଓଡିଶାରେ ବ୍ୟାପକ ଭାବେ କ୍ଷୟକ୍ଷତି କରିଛି । ବିଶେଷ କରି ବୌଦ୍ଧ, ବଲାଙ୍ଗିର, ସୋନପୁର ଓ କଳାହାଣ୍ଡି ଜିଲ୍ଲାରେ ଏହା କ୍ଷୟକ୍ଷତି କରିଛି । ବର୍ତ୍ତମାନ ବର୍ଷା ଛାଡିଯାଇଛି ବନ୍ୟା ମଧ୍ୟ କମିଯାଇଛି । ହେଲେ ଦୁର୍ଦ୍ଦଶା ଛାଡିଯାଇଛି ।
ବୌଦ୍ଧ ଜିଲ୍ଲାର ପରିବା ଚଷୀଓ ଧାନ ଚାଷୀଙ୍କ ନାହିଁ ନଥିବା କ୍ଷତି ହୋଇଛି । ହଜାର ହଜାର ହେକ୍ଟର ଜମିରେ ହୋଇଥିବା ଧାନଚାଷ ଓ ପନିପରିବା ଚାଷ ବାଲିଚର ଯୋଗୁଁ ସମ୍ପୂର୍ଣ୍ଣ ଉଜୁଡି ପଡିଛି । ମୁଖ୍ୟତଃ ତେଲନଦୀ କୂଳରେ ଅବସ୍ଥିତ ପଞ୍ଚାୟତ ଗୁଡିକରେ ଅବସ୍ଥା ଗୁରୁତ୍ବର ହୋଇପଡିଛି । ଚାଷୀଙ୍କ ସାରା ବର୍ଷର ସୁନା ଫସଳ ଉଜୁଡି ଯାଇଥିବାରୁ ଏବେ କ୍ଷତିଗ୍ରସ୍ତ ଚାଷୀ ଚିନ୍ତାରେ ।
ବନ୍ୟା ପରେ ପରେ କନ୍ଧମାଳ ସାଂସଦ ଓ କଣ୍ଟାମାଳ ବିଧାୟକ ମହୀଧର ରଣା କ୍ଷତିଗ୍ରସ୍ତ ଅଞ୍ଚଳକୁ ପରିଦର୍ଶନ କରିଥିବା ବେଳେ ଗତ କାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ତେବେ ଖାଲି ପରିଦର୍ଶନ ନକରି ତୁରନ୍ତ ସମସ୍ତ ପ୍ରଭାବିତ ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ଚାଷୀ ଦାବି କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ