ETV Bharat / state

ଅନ୍ଧକାରରେ ବୌଦ୍ଧର ପ୍ରସିଦ୍ଧ ଶୈବପୀଠ, କ୍ଷୋଭ ପ୍ରକାଶ କଲେ ଶ୍ରଦ୍ଧାଳୁ - ବୌଦ୍ଧରେ ଅବହେଳିତ ପ୍ରସିଦ୍ଧ ଶୈବପୀଠ

ଶୀତଳଷଷ୍ଠୀ ଭଳି ପବିତ୍ର ଦିନରେ ବୌଦ୍ଧ ଜିଲ୍ଲା ପାଇଁ ପରିଚୟ ସୃଷ୍ଟି କରୁଥିବା ଦୁଇଟି ପତ୍ନତାତ୍ତ୍ବିକ ଐତିହ୍ୟ ପୀଠ ରାମେଶ୍ବର ଓ ଗନ୍ଧରାଢ଼ୀର ହରିହର ମନ୍ଦିର ଅନ୍ଧକାର ମଧ୍ୟରେ ରହିଯାଇଥିଲା । ଅଧିକ ପଢ଼ନ୍ତୁ

Devotee alleges for neglected lord shiva temple in boudh
ଶୀତଳଷଷ୍ଠୀରେ ପ୍ରସିଦ୍ଧ ଶୈବପୀଠ ଅନ୍ଧକାର, ଶ୍ରଦ୍ଧାଳୁଙ୍କ କ୍ଷୋଭ ପ୍ରକାଶ
author img

By

Published : Jun 6, 2022, 9:52 AM IST

ବୌଦ୍ଧ: ସରିଲା ଦେବ ଦମ୍ପତିଙ୍କ ବିବାହ ଉତ୍ସବ । ଗତକାଲି ବିଳମ୍ବିତ ରାତିରେ ପାଟ ପଟୁଆରରେ ଶୋଭାଯାତ୍ରା ସାରି ଉମା ମହେଶ୍ବର ଶିବାଳୟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ଶତାଧିକ ଶୈବପୀଠର ସ୍ବତନ୍ତ୍ର ରୀତିନୀତି ଅନୁଯାୟୀ ଶିବ ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି । ତେବେ ଶୀତଳଷଷ୍ଠୀ ଭଳି ପବିତ୍ର ଦିନରେ ଜିଲ୍ଲା ପାଇଁ ପରିଚୟ ସୃଷ୍ଟି କରୁଥିବା ଦୁଇଟି ପତ୍ନତାତ୍ତ୍ବିକ ଐତିହ୍ୟ ପୀଠ ରାମେଶ୍ବର ଓ ଗନ୍ଧରାଢ଼ୀର ହରିହର ମନ୍ଦିର ଅନ୍ଧକାର ମଧ୍ୟରେ ରହିଯାଇଥିଲା ।

ଶୀତଳଷଷ୍ଠୀରେ ପ୍ରସିଦ୍ଧ ଶୈବପୀଠ ଅନ୍ଧକାର, ଶ୍ରଦ୍ଧାଳୁଙ୍କ କ୍ଷୋଭ ପ୍ରକାଶ

ପ୍ରାଚୀନ ପୀଠ କେନ୍ଦ୍ର ପତ୍ନତତ୍ତ୍ବ ବିଭାଗ ଅଧିନରେ ରହି କୋଟି କୋଟି ଟଙ୍କା ଖର୍ଚ୍ଚ ଦର୍ଶାଯାଉଥିଲେ ମଧ୍ୟ ମନ୍ଦିରରେ କୌଣସି ପ୍ରକାର ବ୍ୟବସ୍ଥା ହୋଇନାହିଁ । ଯାହା ଫଳରେ ଶ୍ରଦ୍ଧାଳୁମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । କେନ୍ଦ୍ର ଅଧିନରେ ଥାଇ ମଧ୍ୟ ଏହାକୁ ଅବହେଳା କରାଯାଇଥିବା କହିଛନ୍ତି । ରାମେଶ୍ବର ମନ୍ଦିରରେ ସ୍ଥାନୀୟ ବୁଦ୍ଧିଜୀବୀ, କେତେକ ଶ୍ରଦ୍ଧାଳୁଙ୍କୁ ନେଇ କେବଳ ଔପଚାରିକତା ଦୃଷ୍ଟିରୁ ଶୀତଳଷଷ୍ଠୀ ପାଳନ କରିଥିବା ବେଳେ ମନ୍ଦିର ପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନ ନିକଟରେ ଦାବି କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.