ETV Bharat / state

କୋରୋନା କଟକଣାକୁ ଉଲ୍ଲଙ୍ଘନ, ବାର୍ ସିଲ୍

author img

By

Published : Jun 6, 2021, 10:25 AM IST

କୋଭିଡ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ବୌଦ୍ଧରେ ସିଲ୍ ହେଲା ବେଆଇନ ବାର୍ । ଅଧିକ ପଢନ୍ତୁ...

କୋରୋନା କଟକଣାକୁ ଉଲ୍ଲଙ୍ଘନ, ମଦ ବାର୍ ସିଲ୍
କୋରୋନା କଟକଣାକୁ ଉଲ୍ଲଙ୍ଘନ, ମଦ ବାର୍ ସିଲ୍

ବୌଦ୍ଧ: ଜିଲ୍ଲାରେ ସିଲ୍ ହେଲା ବିଦେଶୀ ମଦ ବାର । ଲକଡାଉନ ସମୟରେ କୋଭିଡ୍ କଟକଣାକୁ ଉଲ୍ଲଙ୍ଘନ କରିବା ଅଭିଯୋଗରେ ବାର୍ ସିଲ୍ ହୋଇଥିବା ସୂଚନା । ବୌଦ୍ଧ ଜିଲ୍ଲାରେ ଲକଡାଉନ ସମୟରେ ସରକାରୀ ଧାର୍ଯ୍ୟ ସମୟ ତଥା ଅନଲାଇନ ମଦ ବେପାରର ଖୁଲମଖୁଲା ଉଲ୍ଲଙ୍ଘନ କରାଯାଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା ।

କୋରୋନା କଟକଣାକୁ ଉଲ୍ଲଙ୍ଘନ, ମଦ ବାର୍ ସିଲ୍

ସରକାରୀ ନିୟମ ପ୍ରକାରେ ସକାଳ 7 ଟା ରୁ ଅପରାହ୍ନ 12 ଟା ପର୍ଯ୍ୟନ୍ତ ଏହି ବିଦେଶୀ ମଦ ଦୋକାନରୁ ଅନଲାଇନ ମାଧ୍ୟମରେ ମଦ କ୍ରୟ ବ୍ୟବସ୍ଥା କରାଯାଇଛି । କିନ୍ତୁ ଜିଲ୍ଲାର ବିଭିନ୍ନ ମଦ ଦୋକାନରେ ଏହି ନିୟମକୁ ଉଲଙ୍ଘନ କରା ଯାଉଥିବା ଅଭିଯୋଗ ହେଉଥିଲା । ଅଭିଯୋଗ କ୍ରମେ ଗତକାଲି(ଶନିବାର) ରାତିରେ ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗ ଜିଲ୍ଲାର ଏକମାତ୍ର ବାରରେ ଚଢ଼ାଉ କରି ବାରକୁ ସିଲ କରିଥିବା ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.