ETV Bharat / state

ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ପାଇବ ବୌଦ୍ଧ

author img

By

Published : Jan 18, 2021, 6:45 AM IST

ପର୍ଯ୍ୟଟନର ବିକାଶ ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନର ଚୂଡାନ୍ତ ପ୍ରସ୍ତୁତି । ଜିଲ୍ଲାର ବିଭିନ୍ନ ଐତିହାସିକ ସ୍ଥାନର ବିକାଶ ପାଇଁ ଭୂମି ପୂଜନ କରି ପର୍ଯ୍ୟଟନର ବିକାଶ ଦିଗରେ ପଦକ୍ଷେପ ଆରମ୍ଭକୁ ବୁଦ୍ଧିଜୀବୀ ସ୍ବାଗତ କରିଥିବା ବେଳେ ସାରା ରାଜ୍ୟର ଆକର୍ଷଣ ଜିଲ୍ଲା ସଂଗ୍ରହାଳୟ ଏକ ଉଦାହରଣ ବୋଲି ଉପବାଚସ୍ପତି କହିଛନ୍ତି । ଅଧିକ ପଢନ୍ତୁ...

ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ପାଇବ ବୌଦ୍ଧ ଜିଲ୍ଲା

ବୌଦ୍ଧ: ଅସୁମାରୀ ପର୍ଯ୍ୟଟନର ସମ୍ଭାରରେ ଭରପୁର ବୌଦ୍ଧ ଜିଲ୍ଲା । ବୌଦ୍ଧ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଐତିହ୍ୟ କିର୍ତ୍ତୀରାଜି କାଳ କାଳରୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସିଛି । ବର୍ତ୍ତମାନ ଏଭଳି ଐତିହ୍ୟ ପୂର୍ଣ୍ଣ ସ୍ଥାନର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ରୋଡମ୍ୟାପ ପ୍ରସ୍ତୁତ କରି ସାରିଛି ।

ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ର, ନାଏକପଡା ଗୁମ୍ଫା, ଡମ୍ବରୁଗଡ ଅସୁରଗଡ, ରେଘାମୁଣ୍ଡା ଦେଢଶୁର ଭାଇବୋହୂ ପାହାଡ ଓ ଘଣ୍ଟାପଡା ସମଲେଶ୍ବରୀ ପୀଠ ଅଞ୍ଚଳର ବିକାଶ ପାଇଁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପହଞ୍ଚି ଭୂମି ପୂଜନ ସହ ଭିତ୍ତିଭୂମିର ବିକାଶ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଜିଲ୍ଲା ପର୍ଯ୍ୟଟନର ମୁଖ୍ୟ ଆକର୍ଷଣ ଜିଲ୍ଲା ସଂଗ୍ରହାଳୟ ହୋଇଥିବା ବେଳେ ସୌନ୍ଦର୍ଯ୍ୟ ପୂର୍ଣ୍ଣ ଐତିହାସିକ ସ୍ଥଳୀର ବିକାଶକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛି । ବୁଦ୍ଧିଜୀବୀ ଏଭଳି ପଦକ୍ଷେପକୁ ସ୍ବାଗତ କରିଥିବା ବେଳେ ଖୋଦ ଉପବାଚସ୍ପତି ମନ୍ଦିର ମାଳିନୀ ବୌଦ୍ଧ ଜିଲ୍ଲାର ପ୍ରଶଂସା କରିଛନ୍ତି ।

ଏଥିସହ ଜିଲ୍ଲା ସଂଗ୍ରହାଳୟ ପର୍ଯ୍ୟଟନର କ୍ଷେତ୍ରର ଏକ ଉଦାହରଣ ବୋଲି କହିଛନ୍ତି । ସେପଟେ ଜିଲ୍ଲାର ଝିଙ୍କେରପାଲି ପ୍ରତ୍ନତତ୍ତ୍ବ ଅଞ୍ଚଳକୁ ଏ.ଏସ.ଆଇ ଖନନ ସହିତ ନିଜ ହାତକୁ ନେବା ପାଇଁ ଅଞ୍ଚଳର ବୁଦ୍ଧିଜୀବୀ ଓ ଶ୍ରଦ୍ଧାଳୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.