ବୌଦ୍ଧ: ଜୈବିକ ଚାଷ ବଦଳରେ ରାସାୟନିକ ସାରର ଉପଯୋଗକୁ ନେଇ ଗଭୀର ଉଦବେଗ ପ୍ରକାଶ କଲେ ବୌଦ୍ଧ ଜିଲ୍ଲାପାଳ । ଏନେଇ ବିଶ୍ବ ମୃତ୍ତିକା ଦିବସ ଅବସରରେ ବୌଦ୍ଧ ଜିଲ୍ଲାର ଚାଷୀଙ୍କୁ ସବୁଜ ଖତ ଓ ଜିଆ ଖତ ବ୍ୟବହାର ପାଇଁ ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି । ବିଭିନ୍ନ ସ୍ଥାନରେ ହେଉଥିବା ରାସାୟନିକ ସାରର ବ୍ୟବହାର ଯୋଗୁଁ ଚାଷ ଜମି ସବୁ ନିକୃଷ୍ଟ ହେବାକୁ ବସିଲାଣି ।
ସେପଟେ ମଥୁରା ପଞ୍ଚାୟତ ଦନ୍ତାପାଲିଠାରେ କେତେକ ଚାଷୀ ବ୍ୟକ୍ତିଗତ ଉଦ୍ୟମରେ ଗୋଶାଳା ସହିତ ଗୋବର ଖତରୁ ଜୈବିକ ଚାଷ କରୁଥିବା ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ସେମାନଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ତେବେ ଜିଲ୍ଲା କୃଷି ବିଭାଗ ଓ କୃଷି ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏନେଇ ବିଭିନ୍ନ ଚାଷୀଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ ପରିଚୟ କାର୍ଡ ପ୍ରଦାନ କରାଯାଇଥିଲା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ