ETV Bharat / state

ETV Bharat Impact: ବାଜିଲା ଖବର, ଦୁଇ ଭଉଣୀଙ୍କୁ ସହାୟତାର ହାତ ବଢାଇଲେ ଜିଲ୍ଲାପାଳ - etv bharat impact news

ଦୁର୍ଗମ ଅଞ୍ଚଳର ଦୁଇ ବିଧବା ଭଉଣୀ ସାମାଜିକ ସୁରକ୍ଷାରୁ ବଞ୍ଚିତ ଥିବା ନେଇ ଇଟିଭି ଭାରତରେ ଖବର ପ୍ରସାରଣ ପରେ ସହାୟତା କଲେ ଜିଲ୍ଲାପାଳ । ତୁରନ୍ତ ଜିଲ୍ଲାପାଳ ଏଭଳି ପଦକ୍ଷେପ ଗ୍ରହଣ କରାଯାଇ ଥିବାରୁ ବେଶ ପ୍ରଶଂସା କରାଯାଇଛି । ଅଧିକ ପଢନ୍ତୁ

Boudh district collector has assure two sisters to provide immediate assistance
ଈଟିଭି ଭାରତର ପ୍ରଭାବ;ଦୁଇ ଭଉଣୀ ସାମାଜିକ ସୁରକ୍ଷାରେ ସାମିଲ
author img

By

Published : Jun 22, 2022, 11:30 AM IST

ବୌଦ୍ଧ: ଦୁର୍ଗମ ଅଞ୍ଚଳର ଦୁଇ ବିଧବା ଭଉଣୀ ଦୀର୍ଘ ବର୍ଷ ପରେ ମଧ୍ୟ ସାମାଜିକ ସୁରକ୍ଷାରେ ସାମିଲ ହୋଇପାରୁନଥିଲେ । ଏନେଇ ଇଟିଭି ଭାରତରେ ଗତ ସପ୍ତାହରେ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଜିଲ୍ଲା ପ୍ରଶାସନର ସହଯୋଗରେ ଦୁଇ ଭଉଣୀଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଈଟିଭି ଭାରତର ପ୍ରଭାବ;ଦୁଇ ଭଉଣୀ ସାମାଜିକ ସୁରକ୍ଷାରେ ସାମିଲ

ସୂଚନା ମୁତାବକ, ବୌଦ୍ଧ ଜିଲ୍ଲା ସଦର ବ୍ଲକ ଟିକରପଡା ପଞ୍ଚାୟତର ଦୁର୍ଗମ ଲକଡପାଜୁ ଗ୍ରାମର କୌଶଲ୍ୟା ଦୀର୍ଘ କୋଡିଏ ବର୍ଷ ଓ ତାଙ୍କ ଭଉଣୀ ଦଶ ବର୍ଷ ହେଲା ସ୍ବାମୀଙ୍କୁ ହରାଇ କଷ୍ଟରେ ରହୁଥିଲେ । ତେବେ ଏହି ଅଞ୍ଚଳ ଅତ୍ୟନ୍ତ ଦୁର୍ଗମ ହୋଇଥିବାରୁ ଏମାନଙ୍କ ଉପରେ କାହାରି ଦୃଷ୍ଟି ପଡୁ ନଥିଲା । ଦୁଇ ବିଧବାଙ୍କ ସମ୍ପର୍କରେ ଗତ ସପ୍ତାହରେ ଇଟିଭି ଭାରତରେ ଖବର ପ୍ରସାରଣ ସହିତ ଦୁଇ ଜଣଙ୍କୁ ପ୍ରଶାସନ ନିକଟରେ ପହଞ୍ଚିବାରେ ସହାୟତା କରିଥିଲା । ଶେଷରେ ଦୁଇ ଭଉଣୀଙ୍କ ଦୁଃଖ ଜିଲ୍ଲାପାଳ ଶୁଣିଲେ ।

ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଦୁଇ ବିଧବାଙ୍କୁ ସାମାଜିକ ସୁରକ୍ଷା ଅନ୍ତର୍ଗତ ସରକାରୀ ସହାୟତା ତୁରନ୍ତ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି । ସେପଟେ ଏଭଳି ଅସହାୟ ତଥା ବୃଦ୍ଧ ବୃଦ୍ଧାଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ଲକ୍ଷ୍ୟରେ ବିଶ୍ବ ଜୀବନ ସେବା ସଂଘ ଜିଲ୍ଲା ପ୍ରଶାସନ ସହଯୋଗରେ ଭ୍ରାମ୍ୟମାଣ ହେଲଥ ୟୁନିଟର ଶୁଭାରମ୍ଭ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.