ETV Bharat / state

ଧଳପୁର ପଞ୍ଚାୟତରେ ପାନୀୟ ଜଳକଷ୍ଟ, ରାଜରାସ୍ତାକୁ ଓହ୍ଲାଇଲେ ଲୋକେ - ବୌଦ୍ଧ ପାନୀୟ ଜଳ ସମସ୍ୟା

ପାନୀୟଜଳ ଉତ୍କଟ ସମସ୍ୟାରେ ଅତିଷ୍ଠ ହେଲେ ଲୋକେ । ଶେଷରେ ରାଜରାସ୍ତା ଅବରୋଧ କଲେ ସାଧାରଣ ଲୋକ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ବେତେରା ସାହିରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ...

ଦାଉଦାଉ ଖରା ବି ମିଳୁନି ପାନୀୟ ଜଳ, ରାଜରାସ୍ତାକୁ ଓହ୍ଲାଇଲେ ଲୋକେ

author img

By

Published : Apr 27, 2021, 8:29 PM IST

ବୌଦ୍ଧ: ପାନୀୟଜଳ ଉତ୍କଟ ସମସ୍ୟାରେ ଅତିଷ୍ଠ ହେଲେ ଲୋକେ । ଶେଷରେ ରାଜରାସ୍ତା ଅବରୋଧ କଲେ ସାଧାରଣ ଲୋକ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ବେତେରା ସାହିରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ବିଗତ କିଛି ଦିନ ହେଲା ଏହି ଅଞ୍ଚଳରେ ପାନୀୟଜଳ ସମସ୍ୟା ଯୋଗୁଁ ପାଣି ମୁନ୍ଦାଏ ପାଇଁ ହନ୍ତସନ୍ତ ହେଉଥିଲେ ଲୋକେ। ଏହାକୁ ନେଇ ବାରମ୍ବାର ଗୁହାରି ପରେ କେହି କର୍ଣ୍ଣପାତ ନକରିବାରୁ ଶେଷ ରାଜରାସ୍ତାକୁ ଓହ୍ଲାଇଛନ୍ତି ଲୋକେ।

ଦାଉଦାଉ ଖରା ବି ମିଳୁନି ପାନୀୟ ଜଳ, ରାଜରାସ୍ତାକୁ ଓହ୍ଲାଇଲେ ଲୋକେ

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପାନୀୟଜଳର ଅଭାବ ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରିଛି । ବର୍ତ୍ତମାନ ବୌଦ୍ଧ ଜିଲ୍ଲାର ତାପମାତ୍ରା 43 ଡିଗ୍ରୀ ଉପରେ ରହୁଛି। ବିଭିନ୍ନ ପଞ୍ଚାୟତ ରେ ପାନୀୟଜଳ କୁନେଇ ଦେଖାଦେଇଛି ସମସ୍ୟା । ହରଭଙ୍ଗା ବ୍ଲକର କିଡନୀ ପ୍ରପୀଡ଼ିତ ଅଞ୍ଚଳ ଭାବରେ ଜଣାଶୁଣା ଧଳପୁର ପଞ୍ଚାୟତ ବେତେରାସାହିରେ ବିଗତ କିଛି ଦିନ ହେଲା ପାନୀୟଜଳ ସମସ୍ୟା ସୃଷ୍ଟି ହୋଇଛି । ବସ୍ତିରେ ଥିବା ଏକମାତ୍ର ନଳକୂପ ଖରାପ ହୋଇ ଯାଇଛି । ଫଳରେ ଦାଉଦାଉ ଖରାରେ ପାଣି ଟିକିଏ ପିଇବାକୁ ପାଉ ନାହାନ୍ତି ଲୋକେ।

ସେପଟେ ଏ ସମ୍ପର୍କରେ ବସ୍ତିବାସୀ ଧଳପୁର ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ନିକଟରେ ଗୁହାରି କରିଥିଲେ। ହେଲେ କୌଣସି ସୁଫଳ ମିଳି ନଥିଲା । ଶେଷରେ ଆଜି ଅଞ୍ଚଳର ଶତାଧିକ ମହିଳା ପୁରୁଷ ଧଳପୁର ପୁରୁଣାକଟକ ରାସ୍ତାକୁ ଅବରୋଧ କରିଥିଲେ । ରାସ୍ତା ଉପରେ ଟାୟାର ଜାଳିବା ସହ ଗରା ବାଲଟି ରଖି ପ୍ରତିବାଦ କରିଥିଲେ ବସ୍ତି ବାସିନ୍ଦା । ତୁରନ୍ତ ଏହି ସମସ୍ୟାର ସମାଧାନ ଦିଗରେ ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.