ETV Bharat / state

ବୌଦ୍ଧ ଜିଲ୍ଲାରେ ନାହିଁ କପାମଣ୍ଡି, ଅଭାବୀ ବିକ୍ରିର ସମ୍ମୁଖୀନ ଚାଷୀ

author img

By

Published : Jan 25, 2022, 4:12 PM IST

କପାମଣ୍ଡି ନଥିବାରୁ ଅଭାବୀ ବିକ୍ରିର ଶିକାର ହୋଇଛନ୍ତି ବୌଦ୍ଧ ଜିଲ୍ଲାର ଚାଷୀ । କପାଚାଷୀ ଓ ବ୍ୟବସାୟୀ ପଦକ୍ଷେପ ଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କଲେ ଚାଷୀ । ଅଧିକ ପଢନ୍ତୁ

ବୌଦ୍ଧ ଜିଲ୍ଲାରେ ନାହିଁ କପା ମଣ୍ଡି,  ଅଭାବୀ ବିକ୍ରିର ସମ୍ମୁଖୀନ ଚାଷୀ

ବୌଦ୍ଧ: ଜିଲ୍ଲାରେ କପାଚାଷ ଉପରେ ନିର୍ଭର ଶୀଳ ପାହାଡିଆ ଓ ଜଙ୍ଗଲ ଅଞ୍ଚଳ ରହୁଥିବା ହଜାର ହଜାର ପରିବାର । ଜଙ୍ଗଲ ଅଞ୍ଚଳର ଧଳା ହୀରା ଭାବରେ ପରିଚିତ କପା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ପାଲଟିଛି । ହେଲେ ଜିଲ୍ଲାରେ କପା ମଣ୍ଡି ନଥିବାରୁ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।

ବୌଦ୍ଧ ଜିଲ୍ଲାର କଣ୍ଟାମାଳ ସହ ବଘିଆପଡା, ଟିକରପଡା, ଆମ୍ବଝରୀ, ଗୁନ୍ଦୁଳିଆ,ଶଗଡା, ବରଗୋଛା,ବ୍ରାହ୍ମଣୀପାଲି,ଯୋଗୀନ୍ଦ୍ରପୁର, ଦପଲା,ଲମ୍ବସରୀ, ଉମା,ବରଗାଁ ଭଳି ଅଧିକାଂଶ ପଞ୍ଚାୟତରେ ଏହି କପାଚାଷ ଚାଷୀଙ୍କ ଜୀବନ ଜୀବିକାର ପ୍ରମୁଖ ମାଧ୍ୟମ । କିନ୍ତୁ ଜିଲ୍ଲାରେ ଗୋଟିଏ ମଧ୍ୟ କପାମଣ୍ଡି ନଥିବା କାରଣରୁ ଚାଷୀ କପା ନେଇ ପଡୋଶୀ ଜିଲ୍ଲାର ଜିନିଂ ମିଲରେ ଦେଇଥାଏ ।

ତେବେ ଅନେକ ସମୟରେ କପାଚାଷୀ ଦଲାଲ ଓ ମାଫିଆଙ୍କ ହାବୁଡ଼ରେ ପଡି ବାଧ୍ୟ ହୋଇ କପା ବିକ୍ରି କରି ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି । ସେପଟେ ଜିଲ୍ଲା କୃଷି ବିଭାଗ ଏନେଇ ସମ୍ପୂର୍ଣ୍ଣ ନୀରବ ଦ୍ରଷ୍ଟା ସାଜିଥିବାରୁ କପାଚାଷୀ ଓ ବ୍ୟବସାୟୀ ପଦକ୍ଷେପ ଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.