ETV Bharat / state

ବୌଦ୍ଧ ଥାର୍ଡ ଡିଗ୍ରୀ ମାମଲା; କନେଷ୍ଟବଳଙ୍କ ସପକ୍ଷରେ ଛାତ୍ରୀଙ୍କ ପରିବାର - ପ୍ଲାଷ୍ଟିକ ପାଇପ

ବିଚ ରାସ୍ତାରେ ଯୁବକଙ୍କୁ ମାଡ ମାରିବା ଘଟଣାରେ ବୌଦ୍ଧର ଦବଙ୍ଗ କନେଷ୍ଟବଳ ନିଳମ୍ବିତ । ନିଲମ୍ବିତକୁ ବିରୋଧ କଲେ ଛାତ୍ରୀଙ୍କ ପରିବାର ଲୋକ ।

ଫଟୋ ସୌଜନ୍ଯ: ପ୍ରତିନିଧି, ବୌଦ୍ଧ
author img

By

Published : Aug 29, 2019, 5:58 PM IST

ବୌଦ୍ଧ: ଜଣେ ରୋଡ ରୋମିଓଙ୍କୁ ବିଚ ରାସ୍ତାରେ ନିସ୍ତୁକ ମାଡ ମାରିବା ଏବେ ମହଙ୍ଗା ପଡିଛି ବୌଦ୍ଧ ପୋଲିସର ଜଣେ କନେଷ୍ଟବଲଙ୍କୁ । ଘଟଣା ଅନୁସାରେ ଗତକାଲି ବୌଦ୍ଧ ଓ ବଙ୍କାପଡା ରାସ୍ତାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ କିଛି ଯୁବକ ଅସଦାଚରଣ କରିଥିବା ଅଭିଯୋଗ ପାଇବା ପରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାସହ 4ଜଣ ଯୁବକଙ୍କୁ ମଧ୍ୟ ପୋଲିସ କାବୁ କରିଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ତେବେ ପିସିଆରରେ ଆସିଥିବା 4ଜଣ କନେଷ୍ଟବଳଙ୍କ ମଧ୍ୟରୁ ଜଣେ ପୋଲିସ ପୋଷାକରେ ନଥିଲେ । ସାଧା ପୋଷାକରେ ଥିବା କନେଷ୍ଟବଳ ଜଣଙ୍କ ଜଣେ ଯୁବକଙ୍କୁ ଏକ ପ୍ଲାଷ୍ଟିକ ପାଇପରେ ନିସ୍ତୁକ ମାଡ ମାରିଥିଲେ । ଏହାସହ ଅଶ୍ରାବ୍ୟ ଭାଷାରେ ମଧ୍ୟ ଗାଳି ଗୁଳଜ କରିଥିଲେ । ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ପୋଲିସର ଏହି ଘଟଣାକୁ ନେଇ ବିଭିନ୍ନ ମହଲରୁ ଭିନ୍ନଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ବୌଦ୍ଧ ଏସପି ଓ୍ବାଇ ରଘୁନାଥ ରାଓ ତୁରନ୍ତ ଉକ୍ତ କନେଷ୍ଟବଳଙ୍କୁ ନିଳମ୍ବିତ କରିଛନ୍ତି ।

ଏହା ସହ ଏସପି କହିଛନ୍ତି ସେ ବ୍ରହ୍ମପୁର ଗସ୍ତରେ ଅଛନ୍ତି ବୌଦ୍ଧ ଫେରିଲେ ଉଭୟ ପକ୍ଷଙ୍କ ଅଭିଯୋଗ ଶୁଣି ଆବଶ୍ୟକ କର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି । ଏଠି ପ୍ରଶ୍ନ ଉଠୁଛି ଜଣେ କାର୍ଯ୍ୟରତ କନେଷ୍ଟବଳ ସର୍ବସାଧାରଣରେ ଜଣଙ୍କୁ ନିସ୍ତୁକ ମାଡ ମାରିବା କେତେ ଦୂର ଠିକ? ତେବେ ଏହି ଘଟଣାରେ ଅସଦାଚରଣ କରିଥିବା ଯୁବକଙ୍କୁ ପୋଲିସ ଗିରଫ କରିଛି ।

ଅନ୍ୟପଟେ ଅସଦାଚରଣର ଶିକାର ହୋଇଥିବା ଛାତ୍ରୀଙ୍କ ପରିବାର ବର୍ଗ ଏବେ ନିଳମ୍ବିତ କନେଷ୍ଟବଳଙ୍କ ସପକ୍ଷରେ ଯୁକ୍ତି କରିଛନ୍ତି । କନେଷ୍ଟବଳଙ୍କର କୌଣସି ଭୁଲ ନାହିଁ । ସେ ତାଙ୍କ କାମ କରିଛନ୍ତି ବୋଲି କହିଛନ୍ତି । ତେବେ ଏହି ଘଟଣା ଆଗକୁ କେଉଁ ମୋଡ ନେଉଛି ଏବେ ତାରି ଉପରେ ନଜର ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:Body:

boudha_viral 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.