ETV Bharat / state

ବର୍ଦ୍ଧିତ ତୈଳଦର ପ୍ରତିବାଦରେ ବୌଦ୍ଧ କଂଗ୍ରେସର ବିକ୍ଷୋଭ

ବୌଦ୍ଧ ଜିଲ୍ଲାରେ ମଧ୍ୟ ତୈଳ ଦର ବୃଦ୍ଧିକୁ ନେଇ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Jun 11, 2021, 9:57 PM IST

ବର୍ଦ୍ଧିତ ତୈଳଦର ପ୍ରତିବାଦରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ

ବୌଦ୍ଧ: କୋରୋନା ମହାମାରୀ ସମୟରେ ଦରଦାମର ଅହେତୁକ ମୂଲ୍ୟ ବୃଦ୍ଧି ସହିତ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପ୍ରତିବାଦ କରିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଦଳୀୟ ନେତା ଓ କର୍ମୀମାନେ ପୋଷ୍ଟର ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

କୋରୋନା ମହାମାରୀ ସମୟରେ ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ସହ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦର ବୃଦ୍ଧିକୁ ନେଇ ଜିଲ୍ଲା କଂଗ୍ରେସର ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ । ଶୁକ୍ରବାର ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରତ୍ୟେକ ଦିନ ତୈଳଦର ବୃଦ୍ଧି ପ୍ରତିବାଦରେ ଜିଲ୍ଲାର କଣ୍ଟାମାଳ, ବାଉଁଶୁଣୀ, ବୌଦ୍ଧ, ପୁରୁଣା କଟକ ଭଳି ବିଭିନ୍ନ ସ୍ଥାନରେ ଥିବା ପେଟ୍ରୋଲ ଟାଙ୍କି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଜିଲ୍ଲା କଂଗ୍ରେସ ସଭାପତିଙ୍କ ନେତୃତ୍ବରେ ନେତା ଓ କର୍ମୀ ବିଭିନ୍ନ ସ୍ଥାନରେ ଏହାର ତୀବ୍ର ପ୍ରତିବାଦ କରିଥିଲେ । ପେଟ୍ରୋଲ ଡିଜେଲ ଦର ବୃଦ୍ଧି ଯୋଗୁଁ ସମସ୍ତ ପ୍ରକାର ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ଅଭିଯୋଗ ସହ କଂଗ୍ରେସ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ଦାୟୀ କରି ତୁରନ୍ତ ବର୍ଦ୍ଧିତ ତୈଳଦର ହ୍ରାସ ପାଇଁ ଦାବି କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.