ETV Bharat / state

ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ପରଖିଲେ ବୌଦ୍ଧ ଜିଲ୍ଲାପାଳ

author img

By

Published : Aug 10, 2023, 10:25 AM IST

ବର୍ଷାରେ ସୃଷ୍ଟି ହୋଇଥିବା ବିଭିନ୍ନ ଘାଇ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ପରଖିଲେ ଜିଲ୍ଲାପାଳ । ଏହାସହ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଅଲୋଚନା କଲେ । ଅଧିକ ପଢନ୍ତୁ

ବର୍ଷାରେ ସୃଷ୍ଟି ହୋଇଥିବା ବିଭିନ୍ନ ଘାଇ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ପରଖିଲେ ଜିଲ୍ଲାପାଳ

ବୌଦ୍ଧ: ଲଗାଣ ବର୍ଷାରେ ବେହାଲ ହୋଇଥିଲା ବୌଦ୍ଧ ଜିଲ୍ଲା । ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଅନେକ ଲୋକ ପ୍ରଭାବିତ ହୋଇଥିଲେ । ଏନେଇ ଗତକାଲି(ବୁଧବାର) ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ । ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ରେଳପଥ ନିର୍ମାଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ମନୋମୁଖି କାର୍ଯ୍ୟ ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଲୋକେ ଅଭିଯୋଗ କରିଥିଲେ ।

ଖୋର୍ଦ୍ଧା ବଲାଙ୍ଗୀର ରେଳପଥର ନିର୍ମାଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ମନୋମୁଖୀ କାର୍ଯ୍ୟ ଯୋଗୁଁ ଚଳିତବର୍ଷ ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ । ଜିଲ୍ଲାର ସରସରା ଠାରୁ ପୁରୁଣା କଟକ ପର୍ଯ୍ୟନ୍ତ ରେଳପଥ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଭୁଲ ନିର୍ମାଣ ଶୈଳୀ ଯୋଗୁଁ ଉପଯୁକ୍ତ ସ୍ଥାନରୁ ବର୍ଷାଜଳ ନିଷ୍କାସନ ହୋଇ ନପାରିବାରୁ ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇଥିଲା । ଜିଲ୍ଲାରେଳ ଷ୍ଟେସନ ନିର୍ମାଣ ହେଉଥିବା ଅଞ୍ଚଳ ମଧ୍ୟ ସମ୍ପୂର୍ଣ୍ଣ ବୁଡି ରହିବା ସହିତ ଉକ୍ତ ଅଞ୍ଚଳରେ ପାଞ୍ଚ ଫୁଟ୍ ଉଚ୍ଚତାରେ ବର୍ଷା ପାଣି ଜମି ରହିଥିଲା ।

ଚାଷୀ ଅଭିଯୋଗ କରିଛନ୍ତି, ‘‘ଜିଲ୍ଲାର ବୀରନରସିଂହପୁର ମଥୁରା, ରାଧାନଗର, ସରସରା, ସାମ୍ପୋଚ, ଲୁଣିବାହାଲ ଭଳି କେତେକ ପଞ୍ଚାୟତର ଶହ ଶହ ଏକର ଚାଷଜମି ରେଳପଥ ନିର୍ମାଣ କାର୍ଯ୍ୟ ଯୋଗୁଁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଅନେକ ଚାଷୀଙ୍କ ଚାଷଜମିରେ ବଡ଼ ବଡ଼ ଘାଇ ସୃଷ୍ଟି ହେବା ସହ ବାଲିଚର ମାଡ଼ି ଯାଇଛି । ମାଛ ଚାଷୀଙ୍କ ମାଛ ଚାଷ ସମ୍ପୂର୍ଣ୍ଣ କ୍ଷତି ହୋଇଛି ।’’

ଅଧିକ ପଢନ୍ତ: ଛାଡୁଛି ବନ୍ୟା ପାଣି, ଜଳବାହିତ ରୋଗକୁ ନେଇ ଭୟରେ ସ୍ବାସ୍ଥ୍ୟ ବିଭାଗ

ଯାହାକୁ ନେଇ ଚାଷୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବୁଧବାର ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ ବୀରନରସିଂହପୁର ଅଞ୍ଚଳରେ ହୋଇଥିବା ଏଭଳି ଘାଇ ଓ କ୍ଷତିଗ୍ରସ୍ତ ହୋଇଥିବା ଚାଷଜମି ବୁଲି ଦେଖିବା ସହ ଲୋକମାନଙ୍କର ସହିତ ଆଲୋଚନା କରିଥିଲେ । ବୀରନରସିଂହପୁର ଗ୍ରାମର ବିରାଟକାୟ ପୋଖରୀ ଠିକା ସଂସ୍ଥାର ମନୋମୁଖୀ କାର୍ଯ୍ୟ ଯୋଗୁଁ ସେଠାରେ ମଧ୍ୟ ଘାଇ ସୃଷ୍ଟି ହୋଇଥିବା ସ୍ଥାନୀୟ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଖୋର୍ଦ୍ଧା ବଲାଙ୍ଗୀର ରେଳପଥର ନିର୍ମାଣ କାର୍ଯ୍ୟ ଆରମ୍ଭରୁ ଏଭଳି ଅବସ୍ଥା ସୃଷ୍ଟି ହୋଇ ଥିବାରୁ ଆଗକୁ ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.