ETV Bharat / state

ଆକ୍ସନ ମୋଡରେ ବୌଦ୍ଧ ଜିଲ୍ଲାପାଳ, 3 ସରକାରୀ କର୍ମଚାରୀଙ୍କ ଦରମା ବନ୍ଦ

author img

By

Published : Feb 10, 2023, 2:05 PM IST

କାର୍ଯ୍ୟରେ ଅବହେଳା ଯୋଗୁଁ ତିନି ସରକାରୀ କର୍ମଚାରୀଙ୍କ ଦରମା ବନ୍ଦ କଲେ ବୌଦ୍ଧ ଜିଲ୍ଲାପାଳ। ଅଧିକ ପଢନ୍ତୁ

government employees negligence in work
government employees negligence in work
government employees negligence in work

ବୌଦ୍ଧ: ଆକ୍ସନ ମୋଡରେ ବୌଦ୍ଧ ଜିଲ୍ଲାପାଳ । ଦୁର୍ନୀତି ଓ ଅନିୟମିତତା ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କଲେ ଜିଲ୍ଲାପାଳ । ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ହେଉଥିବା ଅନିୟମିତତା ଜିଲ୍ଲାପାଳଙ୍କ ଦୃଷ୍ଟି ଗୋଚର ହେବା ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଅନିୟମିତତାକୁ ନେଇ କଣ୍ଟାମାଳ ତହସିଲ କାର୍ଯ୍ୟାଳୟ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଦୁଇ କର୍ମଚାରୀଙ୍କ ଦରମା ବନ୍ଦ କରିଛନ୍ତି ଜିଲ୍ଲାପାଳ ।

ଏଥିସହ ଅଙ୍ଗନବାଡି ଦିଦିଙ୍କ ଦରମା ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବୌଦ୍ଧ ଜିଲ୍ଲାର ଚବିଶ ଗୋଟି ପଞ୍ଚାୟତକୁ ନେଇ ଗଠିତ ହୋଇଛି କଣ୍ଟାମାଳ ବ୍ଲକ । କିନ୍ତୁ କଣ୍ଟାମାଳ ବ୍ଲକର କେତେକ ପଞ୍ଚାୟତରେ ଦୁର୍ନୀତି ଚରମ ଶିଖରରେ ପହଞ୍ଚି ଥିବା ନେଇ ବାରମ୍ବାର ଅଭିଯୋଗ ଆସିବା ପରେ କଡା ଆଭିମୁଖ୍ୟ ପୋଷଣ କରିଛନ୍ତି ଜିଲ୍ଲାପାଳ ।

ବିଭିନ୍ନ ପଞ୍ଚାୟତରେ ଆବାସ, ରାସନ, ମନରେଗା,ପାନୀୟଜଳ, ଶିକ୍ଷା, ସ୍ବାସ୍ଥ୍ୟ ସେବା ଭଳି ବିଭିନ୍ନ କ୍ଷେତ୍ରରେ ସମସ୍ୟାର ଲମ୍ବା ତାଲିକା ରହିଛି । ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ରେଙ୍ଗାଲୀ ପଞ୍ଚାୟତରେ ଅଭିଯୋଗ ଶୁଣାଣୀ ପାଇଁ ପହଞ୍ଚି ଥିବା ସମୟରେ ସେଠାରେ ଦୁର୍ନୀତି ଓ ଅନିୟମିତତା ଦେଖି ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ । ସେହିପରି ରେଙ୍ଗାଲୀ ପଞ୍ଚାୟତର ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀଙ୍କ ଅନିୟମିତତା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ରେଙ୍ଗାଲୀ ପଞ୍ଚାୟତ ଭଳି ଅନେକ ପଞ୍ଚାୟତରେ ଏଭଳି ଦୁର୍ନୀତି ସବୁବେଳେ ଚର୍ଚ୍ଚାର ବିଷୟ ରହିଆସିଛି । ଜିଲ୍ଲାପାଳଙ୍କ ଗସ୍ତ ସମୟରେ କଣ୍ଟାମାଳ ତହସିଲ କାର୍ଯ୍ୟାଳୟ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ସମୟରେ ମଧ୍ୟ ଅନିୟମିତତା ଦୃଷ୍ଟି ଗୋଚର ହେବା ପରେ ଉଭୟ ବିଭାଗର ଦୁଇ ଜଣ କର୍ମଚାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ।

ସେହିପରି ଗୁରୁବାର ସଂଧ୍ୟାରେ ବୌଦ୍ଧ ଜିଲ୍ଲାପାଳ ହରଭଙ୍ଗା ବ୍ଲକର ରାଧାନଗର ପଞ୍ଚାୟତର ବାଲିଅନ୍ତା ଗ୍ରାମରେ ପହଞ୍ଚି ସେଠାରେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ଓ ଅଙ୍ଗନବାଡି କେନ୍ଦ୍ରର ଛତୁଆ ଯାଞ୍ଚ କରିଥିଲେ । ସେଠାରେ ସମ୍ପୃକ୍ତ ଅଙ୍ଗନବାଡି ଦିଦିଙ୍କ କାର୍ଯ୍ୟ ଶୈଳୀକୁ ନେଇ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିବା ସହିତ ଦିଦିଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲାପାଳଙ୍କ ଆକ୍ସନ ମୋଡକୁ ନେଇ ଦୁର୍ନୀତି ଗ୍ରସ୍ତ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଥିବା ବେଳେ ବିଭିନ୍ନ ମହଲରେ ଏହାକୁ ସ୍ବାଗତ କରାଯାଇଛି । ତେବେ ଆଗକୁ କାହା ଉପରେ ଜିଲ୍ଲା ପ୍ରଶାସନର ଛାଟ ବାଜିବ ଏବେ ତାକୁ ହିଁ ଅପେକ୍ଷା । ବିଭିନ୍ନ ସରକାରୀ କର୍ମଚାରୀଙ୍କ ମଧ୍ୟ ଏବେ ଭୟ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.