ETV Bharat / state

ଦୁର୍ଗମ ଅଞ୍ଚଳରେ ସୁଷମ ଖାଦ୍ୟ ଯୋଗାଣ ନେଇ ଗୁରୁତ୍ୱ

author img

By

Published : Sep 27, 2022, 12:41 PM IST

ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ କିଭଳି ଭାବରେ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ସୁଷମ ଖାଦ୍ୟ ପ୍ରଦାନ କରାଯାଉଛି ତାର ତଦାରଖ କରିଛନ୍ତି ଜିଲ୍ଲାପାଳ । ତେବେ ଏହି ବିତରଣ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ଦୁର୍ଗମ ଅଞ୍ଚଳରେ ସୁଷମ ଖାଦ୍ୟ ଯୋଗାଣ ନେଇ ଗୁରୁତ୍ୱ
ଦୁର୍ଗମ ଅଞ୍ଚଳରେ ସୁଷମ ଖାଦ୍ୟ ଯୋଗାଣ ନେଇ ଗୁରୁତ୍ୱ

ବୌଦ୍ଧ: ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଦିଆଯାଉଥିବା ସୁଷମ ଖାଦ୍ୟ ସମ୍ପର୍କରେ ବୁଲି ଦେଖିଲେ ଜିଲ୍ଲାପାଳ । ବୌଦ୍ଧ ଜିଲ୍ଲାର ଅନ୍ୟତମ ଦୁର୍ଗମ ପଞ୍ଚାୟତ ଟିକରପଡାର ଅନେକ ଅଞ୍ଚଳକୁ ଯୋଗାଯୋଗ ସାମାନ୍ୟ ହୋଇପାରିନାହିଁ । ବିଶେଷ ଭାବରେ ମଲ୍ଲିକପଡା ଅଞ୍ଚଳର ଦମଣ୍ଡା, ଲକଡପାଜୁ, ସାଲଦରଙ୍ଗା ଭଳି ଅନେକ ଅଞ୍ଚଳକୁ ସବୁଦିନିଆ ରାସ୍ତା ଖଣ୍ଡେ ନାହିଁ ।

ଫଳରେ ଏସବୁ ଅଞ୍ଚଳରେ ଶିଶୁ ଓ ଗର୍ଭବତୀ ମହିଳାଙ୍କ ସୁଷମ ଖାଦ୍ୟକୁ ନେଇ ସମସ୍ୟା ଉପୁଜିଥାଏ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ଶିଶୁ ଓ ମହିଳା ବିଭାଗ ପକ୍ଷରୁ ଏଥିପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇ ପୋଷଣ ଦିବସର ଆୟୋଜନ କରାଯାଇଥିଲା । ଏଥିରେ ଗର୍ଭବତୀ ମହିଳା ଓ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ କଞ୍ଚା ଓ ଶୁଖିଲା ସୁଷମ ଖାଦ୍ୟ ପ୍ରଦର୍ଶନ କରାଯାଇଥିଲା ।

ସେଠାରେ ବୌଦ୍ଧ ଜିଲ୍ଲାପାଳ, ଏସପି ଓ ଅନ୍ୟ ବରିଷ୍ଠ ଅଧିକାରୀ ପହଞ୍ଚି ଏସବୁ ଖାଦ୍ୟ ବୁଲି ଦେଖିବା ସହିତ ଏନେଇ ଅଧିକ ଆଲୋଚନା କରିଥିଲେ ତେବେ ଦୁର୍ଗମ ଅଞ୍ଚଳରେ କିଭଳି ଏହି ସୁଷମ ଖାଦ୍ୟ କିଭଳି ଉପଯୁକ୍ତ ଭାବରେ ଶିଶୁ ଓ ମହିଳାଙ୍କୁ ମିଳିପାରିବ ସେନେଇ ଜିଲ୍ଲାପାଳ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.